Hot Posts

6/recent/ticker-posts

ବିଞ୍ଝାରପୁର ବ୍ଲକରେ ‘ସେବା ସେତୁ’ କାର୍ଯ୍ୟକ୍ରମ ଲୋକଙ୍କ ନିକଟରେ ସରକାରୀ ସେବା ପହଞ୍ଚାଇବା ଉପରେ ଗୁରୁତ୍ୱ

ବିଂଝାରପୁର, ୦୬/୧୦ (ପ୍ରଦୀପ କୁମାର ମଲ୍ଲିକ) : ଲୋକଙ୍କ ନିକଟରେ ସରକାରୀ ଯୋଜନା ଓ ସେବା ପହଞ୍ଚାଇବା ଲକ୍ଷ୍ୟରେ ବିଞ୍ଝାରପୁର ବ୍ଲକ ପକ୍ଷରୁ ଆଜି ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଯାଜପୁର ସାଂସଦ ଡ. ରବୀନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥଲେ।ସରକାରୀ ସେବା ପାଇବାରୁ କୌଣସି ଯୋଗ୍ୟ ବ୍ୟକ୍ତି ଯେପରି ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ସେ କହିଥିଲେ। ଜନସାଧାରଣଙ୍କ ସମସ୍ୟା ଚିହ୍ନଟ କରି ତାହାର ତ୍ୱରିତ ସମାଧାନ ଏବଂ ବିଭିନ୍ନ ସରକାରୀ ଯୋଜନାର ସୁଫଳ ଘରେ ଘରେ ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ବନ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ପ୍ୟାକେଜ, ସଂପର୍କରେ ସାଂସଦ ସୂଚନା ଦେଇଥିଲେ। ସରକାରୀ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ‘ସେବା ସେତୁ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମ୍ମାନିତ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମତୀ ବବିତା ମଲ୍ଲିକ କହିଥିଲେ। ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ବିଭିନ୍ନ ଯୋଜନାରେ ସାମିଲ କରିବା, ଲୋକଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ କରିବା ସହ ସରକାରୀ ସେବା ପାଇଁ ଲୋକଙ୍କୁ ଅଯଥା ଦୌଡ଼ିବାକୁ ନ ପଡ଼ିବା ଦିଗରେ ପ୍ରଶାସନ ଗୁରୁତ୍ୱ ଦେବାକୁ ବବିତା ପ୍ରଶାସନକୁ ଚେତେଇ ଥିଲେ।‘ସେବା ସେତୁ’ ମାଧ୍ୟମରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ କରିବା ସହ ଗ୍ରାମାଞ୍ଚଳର ଲୋକଙ୍କୁ ଏକ ସ୍ଥାନରେ ବିଭିନ୍ନ ସରକାରୀ ସେବା ଓ ଯୋଜନା ସମ୍ପର୍କିତ ସୂଚନା ଓ ସୁବିଧା ଯୋଗାଇଦେବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ ଓ ଲୋକଙ୍କ ଦ୍ୱାରଦେଶରେ ସେବା ପହଞ୍ଚାଇ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ସହଜ ଓ ଉତ୍ତରଦାୟୀ କରିବା ଏହାର ଅନ୍ୟତମ ଉଦ୍ଦେଶ୍ୟ ବୋଲି ବିଡିଓ ଛବି ରାଣୀ ସାହୁ ପ୍ରକାଶ କରିଥିଲେ । ତହସିଲଦାର ପ୍ରମୋଦ କୁମାର ବାସ୍କେ , ବିଂଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଚିତ୍ତରଞ୍ଜନ ନାୟକ ସେବା ସେତୁ କାର୍ଯକ୍ରମର ଉପାଦେୟତା ସଂପର୍କରେ ମତ ପ୍ରକାଶ କରିଥିଲେ ପରେ ସାଂସଦ ଓ ବିଜେପି ନେତ୍ରୀ ବବିତା କୃଷି ପଞ୍ଜିକରଣ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଵାସ୍ଥ୍ୟ ସେବା ଓ ସଚେତନତା, ଆଦି ଷ୍ଟଲ୍ ବୁଲି ଦେଖିଥିଲେ ଓ କେତେକଙ୍କୁ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ କରିଥିଲେ। ବିଭିନ୍ନ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।