ବୋଲଗଡ଼ ରେ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର
ବୋଲଗଡ଼, ୦୬/୧୦ ( ମାନସ ରଞ୍ଜନ କର ) : ରାଜ୍ୟ ସରକାରଙ୍କ ଆଦେଶ କ୍ରମେ ଓ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ଙ୍କ ନିର୍ଦ୍ଦେଶ ଅନୁଯାୟୀ ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସମସ୍ତ ସାଧନ କେନ୍ଦ୍ରର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଦିବ୍ୟ ଦୃଷ୍ଟି ଶିକ୍ଷକ ତାଲିମ ଶିବିର ମଙ୍ଗଳବାର ଦିନ ପିଚୁକୁଳି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ତାଲିମ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟ ର ଅଧ୍ୟକ୍ଷ ତାପସ କୁମାର ଦ୍ୱିବେଦୀ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସ୍ୱାଇଁ ଯୋଗଦାନ କରି ଶିବିରାର୍ଥୀମାନଙ୍କୁ ତାଲିମ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବାଙ୍କୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ସଞ୍ଜିବ କୁମାର ବେହେରା ପ୍ରଶିକ୍ଷକ ଭାବରେ ଯୋଗଦେଇ ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ଆଖି ପରୀକ୍ଷା କରି ନିର୍ଦ୍ଦିଷ୍ଟ ଫର୍ମାଟ ପୂରଣ କରି ଆଗାମୀ ଚକ୍ଷୁ ପରୀକ୍ଷା କେନ୍ଦ୍ର କୁ ପଠାଇବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ। ସମ୍ବଳ ଶିକ୍ଷକ ପ୍ରସନ୍ନ କୁମାର ମହାପାତ୍ର, ଶିକ୍ଷୟିତ୍ରୀ ମୀନାକ୍ଷୀ ବଳିୟାର ସିଂହ, ନିରୂପମା ତ୍ରିପାଠୀ କାର୍ଯ୍ୟକ୍ରମ ର ସଂଯୋଜନା କରି ମିଳିତ ଭାବେ ପରିଚାଳନା କରିଥିଲେ। ପ୍ରଧାନଶିକ୍ଷକ ଭିକାରୀ ପୁଷ୍ଟି, ପ୍ରକାଶ କୁମାର ସେଠୀ, ଶେଖ୍ ଉମର ଫାରୁକ, ମୁସଲେହୁତଦିନ ଖାଁ, ଅଶୋକ କୁମାର ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ଦେଇ, ଶିକ୍ଷୟିତ୍ରୀ ଜୟନ୍ତୀ ଭୋଳ ପ୍ରମୁଖ ଯୋଗଦାନ କରିଥିଲେ। ଶିକ୍ଷକ ମନମୋହନ କହଲସି°ହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷକ ପ୍ରସନ୍ନ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ।