Hot Posts

6/recent/ticker-posts

ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୩୫ ୟୁନିଟ୍‌ ରକ୍ତ

ନୟାଗଡ଼, ୦୨/୧୦ (ସୁଧୀର କୁମାର ଦାସ) : ମହାତ୍ମା ଗାନ୍ଧୀ ଜୟନ୍ତୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ନୟାଗଡ଼ ଜିଲ୍ଲା ସରଣକୁଳ ଥାନା ଅଧୀନ ବାଉଁସିଆ ଗ୍ରାମସ୍ଥିତ ଆଶ୍ରୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ ସ୍ଥାନୀୟ ଅଞ୍ଚଳର ବହୁ ଗ୍ରାମବାସୀ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଡାକ୍ତରମାନେ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାତାମାନଙ୍କୁ ପରେ ମିଷ୍ଟାନ୍ନ ଓ ଫଳ ପ୍ରଦାନ କରାଯାଇଥିଲା। ଆଶ୍ରୟ ପରିବାରର କାର୍ଯ୍ୟକର୍ତ୍ତାମାନେ ମଧ୍ୟ ପ୍ରତିଷ୍ଠାତା ଲୋକନାଥ ଦାଶଙ୍କ ସହଯୋଗରେ ରକ୍ତଦାନ କରିଥିଲେ। ଶିବିରରୁ ମୋଟ ୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। କାର୍ଯ୍ୟକ୍ରମରେ ଲୋକନାଥ ଦାଶ, ପାଣ୍ଡବ ନାୟକ, ପ୍ରଫୁଲ୍ଲ ନାହାକ, ରବୀନ୍ଦ୍ର କୁମାର ଦାଶ, ଡାକ୍ତର ସତ୍ୟପ୍ରଧାନ ସାହୁ, ଅଧିକାରୀ ପରମାନନ୍ଦ ଦଳାଇ, କୈଳାସ ଚନ୍ଦ୍ର ଖଟାଇ, ସ୍ୱର୍ଣ୍ଣା ପ୍ରଧାନ ଓ ରାମକୃଷ୍ଣ ମହାରଣାଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।