Hot Posts

6/recent/ticker-posts

ଜିଲ୍ଲା ପୋଲିସ ପକ୍ଷରୁ ମୋବାଇଲ ବିତରଣ ମେଳା।

ରାୟଗଡ଼ା, ୦୪/୧୦ ( ଭି. ଗୌରି ଶଙ୍କର ରାଓ ) : ବିଭିନ୍ନ ସମୟରେ ଚୋରୀ ହୋଇଯାଇଥିବା ମୋବାଇଲ କୁ ଜବତ କରିଛୀ ରାୟଗଡା ପୋଲିସ। ସାଇବର୍ ସେଲ୍ ର ସହାୟତା ନେଇ ପୁଲିସ ଶହେ ଏଗାର ଟି ନାମିଦାମୀ ଫୋନ୍ କୁ ଜବତ କରିବା ସହିତ ଉକ୍ତ ମୋବାଇଲ ଫୋନ ଗୁଡିକ ମୋବାଇଲ ବିତରଣ ମେଳା ଜରିଆରେ ମୋବାଇଲ ହଜିଥିବା ବ୍ୟକ୍ତି ମାନଙ୍କୁ ଫେରସ୍ତ କରିଛି ପୋଲିସ। ଆଜି ରାୟଗଡା ଏସପି ରାଜ ପ୍ରସାଦ ଙ୍କ ଉପସ୍ଥିତିରେ ସବୁ ମୋବାଇଲ କୁ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ରାୟଗଡା ଜିଲ୍ଲାର ପାଖାପାଖି 11 ଟି ଥାନା ଅଞ୍ଚଳରୁ 111ଟି ଚାରି ମାସ ମଧ୍ଯରେ ସବୁ ମୋବାଇଲକୁ ଜବତ କରିଛି ପୋଲିସ। ଏନେଇ ଜିଲ୍ଲାର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହୋଇଥିଲା। ସାଇବର୍ ସେଲ୍ ଦ୍ବାରା ବିଭିନ୍ନ ନଂମ୍ବରକୁ ଟ୍ରକ୍ କରି ଏହି ସବୁ ମୋବାଇଲ ଜବତ ହୋଈଥିବା ଏସପି ସୂଚନା ଦେଇଛନ୍ତି। ପୂର୍ବରୁ ମୋବାଇଲ ହଜିଥିବା ନେଇ ଲୋକେ ବିଭିନ୍ନ ଥାନାରେ ଏତଲା ଦେଇଥିଲେ। ତେବେ ଏହି ଘଟଣାରେ ପୁଲିସ କାହାକୁ ଗିରଫ୍ କରିନଥିବା ସମୟରେ ଆଗକୁ ଚଢଉ ଅଭିଯାନକୁ ଜୋରଦାର କରାଯିବ ବୋଲି ରାୟଗଡା ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।