Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ପୋଲିସ ପଡ଼ିଆ ଠାରେ ନରେନ୍ଦ୍ର ମୋଦିଙ୍କ ଜନ ସେବାର ୨୫ ବର୍ଷ ପ୍ରେରଣା ଦାୟକ ଯାତ୍ରା ଅନୁଷ୍ଠିତ, ଜିଲ୍ଲା ସ୍ତରୀୟ ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ

ନୂଆପଡ଼ା, ୦୭/୧୦ ( ପରମେଶ୍ୱର ମେହେର ) : କେନ୍ଦ୍ର ସରକାରଙ୍କ ୨୫ ବର୍ଷ ର ନରେନ୍ଦ୍ର ମୋଦିଙ୍କ ଜନ ସେବାର ପ୍ରେରଣା ଦାୟକ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ଏହି ଯାତ୍ରା ରେ ନଙ୍ଗଲବର୍ଡ ରୁ ନୂଆପଡ଼ା ପର୍ଯ୍ୟନ୍ତ ମୋଟର ସାଇକେଲ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଭର୍ଚୁଆଲ ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଙ୍କ ଉଦବୋଧନ ପରେ ଦେଶ ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷ ରେ ସେବା ଉପରେ ଉଦବୋଧନ ଦେଇଥିବା ବେଳେ ୨୦୪୭ ଭାରତ ବିକଶିତ ରାଷ୍ଟ୍ର ଗଠନ ର ସଂକଳ୍ପ ଏବଂ ଦେଶ ଏବଂ ରାଷ୍ଟ୍ର ପ୍ରାଥମିକତା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ସ୍ତରୀୟ ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ମୁଖ୍ୟ ଅତିଥି ରୂପେ ଯୋଗ ପ୍ରଧାନମନ୍ତ୍ରୀଙ୍କ ସୁଶାସନ କାଳ ଦେଶର ଗୌରବମୟ ଅଧ୍ୟାୟ ଅଟେ। କ୍ରମାଗତ ଭାବରେ ୨୫ ବର୍ଷ ଲୋକଙ୍କ ସେବାରେ ସଂକଳ୍ପିତ ଏହି ରାଷ୍ଟ୍ରକୁ ପ୍ରଧାନ ଭାବରେ ଜଣେ ସିଦ୍ଧି ହାସଲ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି କମଲେଶ ଶିକ୍ଷିତ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ପ୍ରଭାରୀ ଆର୍ତ୍ତ ଭାଇ, ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ, ପୂର୍ବତ୍ତନ ବିଧାୟକ ହିତେଶ ବଗର୍ତ୍ତି, ଲମ୍ବୁଦର୍ ନିଆଲ, ଯଦୁମଣି ପାଣିଗ୍ରାହୀ, ସୁଶାନ୍ତ ପତି, ଅଜିତ୍ କିଶୋର ଚଲାନ, ପ୍ରସନ୍ନ ପାଢ଼ୀ, ସବ୍ରେତ ଠାକୁର, ନିର୍ମଳକର ନିଶାନ୍ତ ଦାଗା ଭଳି ବହୁ କର୍ମୀ ସାମିଲ ହୋଇଥିଲେ। ଏହି ଉପଲକ୍ଷେ ସେବା ଜ୍ୟୋତି ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ମାନେ ସେବା ଜ୍ୟୋତିକୁ ଦୀପ ପ୍ରଜ୍ବଳନ କରିଥିଲେ।