ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଜିଲ୍ଲା ସ୍ତରୀୟ ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ୨୦୨୬ ପାଳିତ ହୋଇଯାଇଅଛି
ନୂଆପଡ଼ା, ୦୧/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଜିଲ୍ଲା ସ୍ତରୀୟ ଆଦର୍ଶ ବିଦ୍ୟାଳୟ ବାର୍ଷିକ ଉତ୍ସବ ୨୦୨୬ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ପ୍ରତି ରୁଚି ଜାଗ୍ରତ କରିବା ପାଇଁ ଅଭିନବ ଉପାୟ ଅବମ୍ବନ୍ କରିବାକୁ ଆହ୍ୱାନ କରିଥିଲେ। ବିଶେଷ କରି ନିୟମିତ ପରୀକ୍ଷା ସହ ଉତ୍ସାହିତ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ପ୍ରଶାନ୍ତ କୁମାର ମିଶ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, ଖରୀଆର ରୋଡ ଏନ ଏ ସି ଅଧ୍ୟକ୍ଷା ଡଃ. ସୋନିଆ ଜୈନ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର, ବିଜୁ ପଟ୍ଟନାୟକ କଲେଜ ଅଧ୍ୟକ୍ଷ ଗୟାଧର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗ , ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖଡ଼ିଆଳ ଅଧ୍ୟକ୍ଷ ସୁନୀଲ କୁମାର ସାହୁ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବୋଡ଼େନ ଚିତ୍ତରଞ୍ଜନ ମଟାରୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋମନା ସୂରଜ କୁମାର ମହାନ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସିନାପାଲି ଶିବୁ ପ୍ରସାଦ ବିଶ୍ୱାଳ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନୂଆପଡ଼ା ହେମାନନ୍ଦ ବିଶ୍ୱାଳ, ଅଧ୍ୟକ୍ଷ ମାନେ ସାମିଲ ହୋଇଥିଲେ। ସଭା ଆରମ୍ଭ ରୁ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଅତିଥିମାନେ ବିଦ୍ୟାଳୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା କୃତି ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।