ନୂଆପଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ତଥା ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସୁନାବେଡ଼ା ବନ୍ୟ ପ୍ରାଣୀ ୱାର୍ଡେନ ମାୟାଧର ସରାଫ ଙ୍କୁ ବନ୍ୟ ପ୍ରାଣୀ ସୁରକ୍ଷା ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟ ପ୍ରାଣୀ ସଂରକ୍ଷଣ ସମ୍ମାନ - ୨୦୨୬ ପାଇଲେ
ନୂଆପଡ଼ା, ୦୧/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ବରିଷ୍ଠ ସାମ୍ବାଦିକ ତଥା ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସୁନାବେଡ଼ା ବନ୍ୟ ପ୍ରାଣୀ ୱାର୍ଡେନ ମାୟାଧର ସରାଫ ଙ୍କୁ ବନ୍ୟ ପ୍ରାଣୀ ସୁରକ୍ଷା ନେଇ ଉଲ୍ଲେଖନୀୟ ଅବଦାନ ପାଇଁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟ ପ୍ରାଣୀ ସଂରକ୍ଷଣ ସମ୍ମାନ - ୨୦୨୬ ରେ ସମ୍ମାନିତ ହୋଇଛନ୍ତି । ଭବାନୀପାଟଣା ଆର ସି ସି ଏଫ ଅଫିସରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବ ରେ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ବନ୍ୟ ପ୍ରାଣୀ ସଂରକ୍ଷଣ ସମ୍ମାନ - ୨୦୨୬ ପ୍ରଦାନ କରାଯାଇଅଛି। ମାୟାଧର ସରାଫ ଙ୍କୁ ମାନପତ୍ର ସହ ୨୫ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଛି l