Hot Posts

6/recent/ticker-posts

ଅଣଧାନ କ୍ଷୁଦ୍ର ଶସ୍ୟ ସୁଆଁ, କାଙ୍ଗ, ଖେଡଜନା, ବାଜରା ନେଇ ଜିଲ୍ଲା ସ୍ତରୀୟ କର୍ମଶାଳା ପତାଲଗଙ୍ଗା ଠାରେ ୟାର ଓ ଇକ୍ରିସେଟ ସହାୟତାରେ କର୍ମଶାଳା ଅନୁଷ୍ଠିତ

ନୂଆପଡ଼ା, ୦୧/୧୦ ( ପରମେଶ୍ୱର ମେହେର ) : ଅଣଧାନ କ୍ଷୁଦ୍ର ଶସ୍ୟ ସୁଆଁ, କାଙ୍ଗ, ଖେଡଜନା, ବାଜରା ନେଇ ଜିଲ୍ଲା ସ୍ତରୀୟ କର୍ମଶାଳା ପତାଲଗଙ୍ଗା ଠାରେ ୟାର ଓ ଇକ୍ରିସେଟ ସହାୟତାରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ନୂଆପଡ଼ା ଜିଲ୍ଲାର ବୋଡ଼େନ, ସିନାପାଲି ଓ ଖଡ଼ିଆଳ ବ୍ଲକର ଅଗ୍ରଣୀ ଚାଷୀ ୧୦୦ ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ । ଏହି କର୍ମଶାଳାକୁ ୟାର ଅନୁଷ୍ଠାନ ସଭାପତି ମହେନ୍ଦ୍ର କୁମାର ଯୋଶୀ ସଭା ପରିଚାଳନା କରିଥଥିବା ବେଳେ କର୍ମଶାଳାର ମୁଖ୍ୟ ଅତିଥି ରୂପେ ଚକ୍ରଧର ପଣ୍ଡା ଇକ୍ରିସେଟ୍ ଓଡ଼ିଶା ରାଜ୍ୟ ସଂଯୋଜକ, ସମ୍ମାନିତ ଅତିଥି ପ୍ରଦୀପ ସେଠୀ ବରିଷ୍ଠ ବୈଜ୍ଞାନିକ ଇକ୍ରିସେଟ ଉପସ୍ଥିତ ଥିଲେ । ଉକ୍ତ କର୍ମଶାଳାରେ ତାଲିମ ପ୍ରଦାନ ନିମନ୍ତେ କୃଷି ବିଜ୍ଞାନ କେନ୍ଦ୍ର ନୂଆପଡ଼ାର ବରିଷ୍ଠ ବୈଜ୍ଞାନିକ ଲଖନଲାଲ ମୀନl, ବିହନ ପ୍ରମାଣୀକରଣ ଅଫିସର୍ ASCO ସର୍ବଜିତ ପରିଡ଼ା, ଭବାନୀପାଟଣା ବ୍ଲକ୍ କୃଷି ଅଧିକାରୀ ବୋଡ଼େନ ଦୁଃଖିଶ୍ୟାମ ଟୁଡୁ ଓ କୃଷି ଅଧିକାରିଣୀ ବୋଡ଼େନ ସୁଶ୍ରୀ ଚିତ୍ରୋତ୍ପଳା ଦେହୁରୀ ଉପସ୍ଥିତ ଚାଷୀ ମାନଙ୍କୁ କ୍ଷୁଦ୍ର ଶସ୍ୟ ଚାଷର ପରିଚାଳନା, ଅମଳ ଓ ତାର ବ୍ୟବହାର ଉପରେ ଏବଂ ବିହନ ସଂରକ୍ଷଣ ଓ ବିହନ ବିକ୍ରୟ ନିମନ୍ତେ ତାଲିମ ପ୍ରଦାନ କରିଥିଲେ ।ଏହି କର୍ମଶାଳାରେ ୟାର ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ହରିଦାସ ପଟେଲଙ୍କ ସମେତ ଅରୁଣ କୁମାର ବିଶ୍ୱାଳ, ରାଜକିଶୋର ପଣ୍ଡା, ବେଦେଶ୍ୱର୍ ମାଝୀ, ଗଣେଶ ମାଝୀ, ପ୍ରବୀଣ ପଟେଲ, ଗୋଲକ ପାଣିଗ୍ରାହୀ, ହିତେଶ କୁମାର ସାହୁ, ପ୍ରୟାସ ଓ ବୀରେନ୍ଦ୍ର କୁମାର ଧାରୁଆ ୟାର ଉପସ୍ଥିତ ରହି କର୍ମଶାଳାର ପରିଚାଳନାରେ ସହଯୋଗ କରିଥିଲେ।