ସାମ୍ବାଦିକଙ୍କୁ ମାରଣାତ୍ମକ ଆକ୍ରମଣ ଭିଆଇଥିବା ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି ପୁଲିସ l
ବାଲେଶ୍ଵର , ୧୩/୦୯ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ରୂପସା ଥାନା ପରିସରରେ ଯଣେ କାର୍ଯ୍ଯରତ ସାମ୍ବାଦିକ ଓ କେମେରା ମ୍ଯାନ କୁ ଧକ୍କା ମାରି ବୋମ. ମୋବାଇଲ. ଛଡାଇବା ସହିତ ଦୁଇ ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ କରିବା ସମୟରେ ଅଭିଯୁକ୍ତଙ୍କୁ ଦୁଇଜଣ ରୂପସା ପୁଲିସ କାବୁ କରିଥିଲେ ।ହେଲେ କିଛି ସମୟ ଥାନାରେ ରହି ଥାନା ପଛପଟ ରାସ୍ତା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏନେଇ ସାମ୍ବାଦିକ ରୂପସାଥାନାରେ ଲିଖିତ ଅଭିଯୋଗ କରିଥିଲେ ।ମାତ୍ର ଦିର୍ଘଦିନ ବିତିଯାଇଥିଲେ ମଧ୍ଯ ଅଭିଯୁକ୍ତ ଅମରେଶ ପାଣିଗ୍ରାହିଙ୍କୁ ଗିରଫ ନ କରି ସୁରକ୍ଷା ଯୋଗାଉଛି ପୁଲିସ । ଏହିଭଳି ଅଭାବନିୟ ଘଟଣା ଘଟିଛି ରୂପସାଥାନା ଅଧିନସ୍ଥ ଆଙ୍କ ଗ୍ରାମର ସାମ୍ବାଦିକ ଚାନସିଲର ରାଉତ ଓ କେମେରାମ୍ଯାନ ସନ୍ତୋଷ ନାୟକ ଅଟନ୍ତି । ଚାନସିଲର କିଛିଦିନ ଆଗରୁ ରୂପସା ଥାନା ରେ ନାୟପାଇଁ ବିଜୁଳି ବିଭାଗ ଜେଇଙ୍କ ମନମାନି ନେଇ ଅଭିଯୋଗ କରିଥିଲେ ।ସେହି ସମ୍ବଦ୍ଧରେ ରୂପସା ଥାନାପକ୍ଷରୁ ଡକରା ହୋଇଥିଲା।ଏ ନେଇ ଶ୍ରୀରାଉତ ଥାନାରେ ଥିବା ସମୟରେ ଇଲେକ୍ଟ୍ରି ବିଭାଗର ଜେଇ ଥାନାରେ ପହଞ୍ଚିଥିଲେ ।ଜେଇଙ୍କୁ ଦେଖିବା ମାତ୍ରେ ସାମ୍ବାଦିକ ଦୁଇଜଣ ପ୍ରତିକ୍ରିୟାପାଇଁ ତାଙ୍କ ପାଖକୁ ଯାଇଥିଲେ । ଜେଇ ପ୍ରତିକ୍ରାୟା ଦେବା ଆଗରୁ ତାଙ୍କ ପାଖରେ ବସିଥିବା ସିକୃଟିଗାର୍ଡ ଏମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ଓ ବୋମ ଓ ମାଇକ ମୋବାଇ ଛଡାଇନେଇ ଗୁଳିକରି ଦେବାର ଧମକ ଦେଇଥିଲେ । ତେବେ ଏହିଘଟଣା ବିଷୟରେ ରୂପସାଥାନା ଅଧିକାରୀ ଓ ଏସଡିପିଓ ଙ୍କୁ ପ୍ରେସକ୍ଲବ ବସ୍ତାପକ୍ଷରୁ ଲିଖିତ ଦରଖାସ୍ତ ଦେଇଥିଲେ ମଧ୍ଯ ପୁଲିସ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ନିରବ ରହିଛି ।ଆସନ୍ତା ୭ଦିନ ମଧ୍ଯରେ ଅଭିଯୁକ୍ତଙ୍କୁ ଗିରଫ ନକଲେସାମ୍ବାଦିକ ମମ୍ମିଳନୀ ଓ ରୂପସାଥାନା ଘେରାଉ କରାଯିବା ସହିତ ଏସପିଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକ ଧାରଣାରେ ବସିବେ ବୋଲି ପ୍ରେସକ୍ଲବର ସମସ୍ତ ସାମ୍ବାଦିକ ଚେତାବନ୍ନି ଦେଇଛନ୍ତି ଅବଗତ କରିନିରାଶହୋଇ ଶେଷରେ ଥାନାର ଦ୍ବାରସ୍ଥ ହୋଇଥିଲେ । କିନ୍ତୁ ଜେଇ ସୁଜିତ ଭଟାଚାର୍ଯ୍ଯ ଗତ କିଛିଦିନ ଆଗରୁ ଏହି ରୂପସାଥାନାରେ ଶ୍ରୀ ରାଉତ ଉପରେ ୪ଲକ୍ଷ ଟଙ୍କାର ମାନହାନୀ କେଶ କରିଥିଲେ ।ସେହି ବିଷୟରେ ବିଷୟରେ ବୁଝିବା ପାଇଁ ରାଉତ ଥାନା ପହଞ୍ଚିଥିଲେ । ଠିକ ସେହି ସମୟରେ ରୂପସା ବିଜୁଳି ବିଭାଗର ଜେଇ ସୁଜିତ ଭଟାଚାର୍ଯ୍ଯ ମଧ୍ଯ ସଦଳବଳେ ଏକ ବୋଲେରରେ ରୂପସା ଥାନା ରେ ପହଞ୍ଚିଥିଲେ । ସେଠାରେ ଚାନସିଲର ରାଉତ ଓ ତାଙ୍କ ସହିତ ଫକସପ୍ଳସ ଟିଭି ଚେନାଲର କେମେରା ମ୍ଯାନ ସାମ୍ବାଦିକ ସନ୍ତୋଷ କୁମାର ନାୟକ ଉପସ୍ଥିତ ଥି ଲେ। ବିଭାଗିୟ ଜେଇ ଶ୍ରୀରାଉତଙ୍କ ଲାଇନ ତାର ବିଛିନ୍ନକ ରିବା ଓ ଜୋରିମାନା ବିଷରେ ପଚାରୀଥିଲେ । ମାତ୍ର ଜେଇ ଉତ୍ତର ଦେଇନଥିଲେ ।ମାତ୍ର ତାଙ୍କ ପାଖରେଥିବା ସିକୃଟିଗାର୍ଡ ନିଜକୁ ଅବସର ଏଡିସିନାଲ ଏସ ପି ଅମରେଶ ପାଣିଗ୍ରାହୀ ଦୁଇ ସାମ୍ବାଦିକଙ୍କୁ ଧକ୍କା ମାରି ବୋମ ଓ ମୋବାଇଲ ଛଡାଇ ନେବା ସହିତ ଗାଳି ଫଜିତ କରିଥିଲେ ରୂପସା ଥାନା ପରିସରରେ । ସାମ୍ବାଦିକ ଚାନସିଲର ପ୍ରତିବାଦ କରିବାରୁ ତାଙ୍କୁ ଗୁଳିକରି ମଡର କରିବ ବୋଲି ରୂପସାଥାନା ପରିସରରେ ବନ୍ଧୁକ ଖୋଜୁଥିଲେ । କିଛି ସମୟ ପରେ ରୂପସା ଥାନା ପଛ ଗେଟ ଦେଇ ଘଟଣା ସ୍ଥଳରୁ ପଳାଇଯାଇଥିଲେ ।ଏ ନେଇ ରୂପସା ଥାନାରେଦୁଇ ସାମ୍ବାଦିକ ଚାନସିଲର ଓ ସନ୍ତୋଷ ଲିଖିତ ଅଭିଯୋଗ କରିବା ପରେ ଉତ୍ତର ବାଲେଶ୍ବର ବସ୍ତା ପ୍ରେସକ୍ଲବ.ସଭାପତି ବିଜୟକୁମାର ଭୂୟାଁ. ପହଞ୍ଚି ରୂପସାଥାନା ଏସ ଆଇ ଧୃତରାଷ୍ଟ୍ର ମଲ୍ଲୀକ ଙ୍କୁ ଲିଖିତ ଅଭିଯୋଗ ପତ୍ରଦେଇଥିଲେ । ଏନେଇ କେସ ନଂ ୧୪୯/୨୬ମୂଳେ ମାମଲା ରୁଜୁ କରିଛନ୍ତି । ତେବେ ସିସିଟିଭି ଫୋଟେଜ ଆଧାରରେ ତଦନ୍ତ କରି ନ୍ଯାୟପାଇଁ ଦାବି ହୋଇଛି l
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l