ବିଶ୍ୱନାଥପୁର ମଣ୍ଡଳ ବିଜେପି ପରିବାର ପକ୍ଷରୁ ପ୍ରବାସ ଅଭିଯାନ ଅନୁଷ୍ଠିତ
କଳାହାଣ୍ଡି, ୧୨/୦୯ ( ଶେଖର ସୁମନ ଦାଶ ) : ଭାରତୀୟ ଜନତା ପାର୍ଟି ବିଶ୍ୱନାଥପୁର ମଣ୍ଡଳ ତରଫରୁ ପ୍ରବାସ ଅଭିଯାନ ରେ ଆଜି ଲାଞ୍ଜିଗଡ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମ ପଂଚାୟତ ର ବିଭିନ୍ନ ସ୍ଥାନ କୁ ଯାଇ ଲୋକଙ୍କ ସମସ୍ୟା ବିଷୟରେ ବୁଝା ସୁଝା କରିବା ସହ ନୂଆ ଭୋଟର ଲିଷ୍ଟ ସଂଶୋଧନ କରା ଯାଇ ଥିଲା । ଉକ୍ତ କାର୍ଯ୍ୟକ୍ରମ ଟି ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଅନ୍ତର୍ଗତ ଡ଼ୁମେରମୁଣ୍ଡା, ଇଜିରୁପା, କନ୍ଧ ଟୋପି ସୀତାପୁର ଗ୍ରାମ ଗୁଡିକ ପରିଦର୍ଶନ କରା ଯାଇ ଥିଲା । ଲାଞ୍ଜିଗଡ ବିଧାୟକ ପ୍ରାଥୀ ରମେଶ ମାଝୀ, ମଣ୍ଡଳ ସଭାପତି ତୁଳସୀ ମାଝୀ, ସାଧାରଣ ସମ୍ପାଦକ ଗୌତମ କୁମାର ନାଗ,ଉପ ସଭାପତି ସୁନୀଲ ବାଗ, ଲାଞ୍ଜିଗଡ ପ୍ରଭାରୀ ତୋଫାନ ସୁନାନୀ ପ୍ରମୁଖ ଉପସ୍ଥିତ ରହି ପୂର୍ବତନ ଜିଲ୍ଲା ପରିଷଦ ବୈଶାଖୁ ହରିଜନ ଙ୍କୁ ମଧ୍ୟ ସାକ୍ଷାତ କରି ଅଞ୍ଚଳ ର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ହଜାର ହଜାର କଂଗ୍ରେସ ଓ ବି ଜେ ଡି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଜନ ହିତ କାର୍ଯ୍ୟକ୍ରମ ଗୁଡିକରେ ଯୋଡି ହବା ନେଇ ଭାରତୀୟ ଜନତା ପାର୍ଟି ରେ ସାମିଲ ହବା ଦେଖିବାକୁ ମିଳିଥିଲା ।
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।