Hot Posts

6/recent/ticker-posts

ଜଗତପୁରରେ ଘରୋଇ ବିବାଦ ଉଗ୍ରରୂପ, ମହିଳାଙ୍କୁ ଆକ୍ରମଣ କରି ଯୁବକ ଗିରଫ

କଟକ, ୧୩/୦୯ ( କାହୁଁ ଚରଣ ବାରିକ ) : ଜଗତପୁର ଥାନା ଅନ୍ତର୍ଗତ ଇମାମନଗର ଅଞ୍ଚଳରେ ଘରୋଇ ବିବାଦକୁ ନେଇ ଜଣେ ମହିଳାଙ୍କୁ ଆକ୍ରମଣ ଓ ଘରେ ପଶି ଭଙ୍ଗାରୁଜା ଅଭିଯୋଗ ହୋଇଛି। ଏହି ଘଟଣାରେ ଇମାମନଗର ଗ୍ରାମର ଅଲେଖ ମଲ୍ଲିକଙ୍କ ପୁଅ ବୁଲୁ ମଲ୍ଲିକ (୩୪)ଙ୍କୁ ଜଗତପୁର ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ୧୧ ସେପ୍ଟେମ୍ବର ୨୦୨୬ ଦିନ ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ କୌଣସି ଏକ ସାମାନ୍ୟ କଥାକୁ ନେଇ ବୁଲୁ ମଲ୍ଲିକ ନିଜ ସ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଭୟରେ ସେ ଅଭିଯୋଗକାରିଣୀ ପୁଷ୍ପଲତା ମଲ୍ଲିକଙ୍କ ଘରକୁ ଆଶ୍ରୟ ନେବାକୁ ଆସିଥିଲେ। ତାଙ୍କ ପଛେ ପଛେ ବୁଲୁ ଘରେ ପଶି ଗାଳିଗୁଲଜ କରିବା ସହ ହାତରେ ଥିବା ଲୁହା ପାଇପ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ରହିଛି। ଏଥିରେ ମହିଳାଙ୍କ ହାତରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ସଦ୍‌ଗୁରୁ ହସ୍ପିଟାଲ, ଜଗତପୁର ପଠାଯାଇଥିଲା। ଅଭିଯୋଗ ଅନୁସାରେ, ଏହାପରେ ବୁଲୁ ମଲ୍ଲିକ ଘରେ ଥିବା ଟିଭି, ଫ୍ରିଜ୍‌ ଓ ଅନ୍ୟାନ୍ୟ ଘରୋଇ ସାମଗ୍ରୀ ଭଙ୍ଗାରୁଜା କରିବା ସହ ଗୋଦ୍ରେଜ୍‌ ଆଲମିରା ଭାଙ୍ଗି ସୁନା କାନଫୁଲ ଓ ୩ ହଜାର ଟଙ୍କା ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏଥିସହ ଅଭିଯୋଗକାରିଣୀ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ରହିଛି। ଏନେଇ ଅଭିଯୋଗ ଆଧାରରେ ଜଗତପୁର ଥାନା ପୁଲିସ କେସ୍‌ ନଂ. ୬୧୦, ତାରିଖ ୧୧.୦୯.୨୦୨୬ରେ ୨୯୬/୩୫୧(୩)/୧୧୫(୨)/୧୧୭(୨)/୩୨୪(୨) BNS ଧାରାରେ ମାମଲା ରୁଜୁ କରିଥିଲା। ତଦନ୍ତ ସମୟରେ ପୁଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଯୋଗକାରିଣୀ ଓ ସାକ୍ଷୀମାନଙ୍କ ବୟାନ ରେକର୍ଡ କରିଥିଲା। ଆହତ ମହିଳାଙ୍କ ଚିକିତ୍ସା ରିପୋର୍ଟ ମଧ୍ୟ ଅପେକ୍ଷାରତ ରହିଛି। ପରେ ପୁଲିସ ଅଭିଯୁକ୍ତ ବୁଲୁ ମଲ୍ଲିକଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ପୁଲିସ ପଚରାଉଚରା ବେଳେ ଘଟଣାରେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିବା ଦର୍ଶାଇଛି। ପରେ ଅଭିଯୁକ୍ତଙ୍କୁ ଜେଏମ୍‌ଏଫ୍‌ସି (ଆର୍), କଟକଙ୍କ ଅଦାଲତରେ ହାଜର ପାଇଁ ପଠାଯାଇଛି।