ବାଲେଶ୍ଵର, ୩୦/୦୯ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ବସନ୍ତପୁର ଓ ସାନଖୁଡି ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଚାଷୀପଡା ଗ୍ରାମ ସ୍ଥିତ କାଶୀଶ୍ୱର ଉଚ୍ଚ ଵିଦ୍ୟାଳୟ ଓ ଫୁଲମଣୀ ବିଦ୍ୟାପୀଠ ପରିସରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବସନ୍ତପୁରରେ ସିଆରସିସି ଗଣେଶ ଚନ୍ଦ୍ର ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ବାରିକ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ସରପଞ୍ଚ ବନ୍ଦନା ସେଠୀ ଯୋଗ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଶିଷ୍ଠ ଅତିଥି ଭାବେ ପ୍ରଧାନ ଶିକ୍ଷକ ନିଳମାଧବ ଘୋଷ ମହାପାତ୍ର,ନାରାୟଣ କିସ୍କୁ, ରମେଶ ଚନ୍ଦ୍ର ଦାସ,ଉମାକାନ୍ତ ପଣ୍ଡା,ବିଦ୍ୟାଳୟର ଚିୟାର ମ୍ୟାନ ଅକ୍ଷୟ ସେନାପତି, ଅକ୍ଷୟ କୁମାର ଦତ୍ତ ପ୍ରମୁଖ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମକୁ ୧୪ ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ସହଯୋଗ କରି ଥିଲେ।ଶେଷରେ ଶିକ୍ଷଜ ପ୍ରଦୀପ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଟିଗିରିଆ ଫୁଲମଣୀ ବିଦ୍ୟାପୀଠ ରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ତଥା ବସ୍ତା ଏ ବି ଓ ମିହିର କୁମାର ଦାସ, ମୁଖ୍ୟବକ୍ତା ଭାବେ ସୁଧାଂଶୁ ଶେଖର ଜେନା, ସି ଆର ସି ସି ଭୋଳାନାଥ ବେହେରା ପ୍ରମୁଖ ଯୋଗଦେଇ ଅବିଭାଷଣ ରଖିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ସାର୍ଟିଫିକେଟ ଦେଇ ପୁରସ୍କୃତ କରିବା ସହ 'ସୁରଭି' ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବାରେ ସହାୟକ ହେବ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
