Hot Posts

6/recent/ticker-posts

ତ୍ରୁଟି ପୂର୍ଣ୍ଣ ରିଲିଫ ତାଲିକାକୁ ନେଇ ପଞ୍ଚାୟତ ବାସୀ ନାଖୁସ । ଭୁଲ ରିପୋର୍ଟ ପାଇଁ ଦାୟୀ କିଏ ?

ବାଲେଶ୍ଵର, ୩୦/୦୯ (ପ୍ରଭାକର ମଲ୍ଲିକ) : ଲଗାଣ ବର୍ଷା ଓ ବନ୍ୟା ରେ ପ୍ରଭାବିତ ଲୋକଙ୍କୁ ସରକାର ରିଲିଫ ଯୋଗାଇ ଦେଉଥିବା ବେଳେ,ଅନେକ ସ୍ଥାନରେ ଚୁଡ଼ା, ଗୁଡ଼, ଚାଉଳ ଭଳି ରିଲିଫ ସାମଗ୍ରୀ ବଣ୍ଟନ ରେ ବ୍ୟାପକ ଅନିୟମିତତା, ହଡ଼ପ ଅଭିଯୋଗ କୁ ଆସିଥିଲା, ତେବେ ନିକଟରେ ପୁଣି ସୁବର୍ଣ୍ଣ ରେଖା ଓ ଜଳକା ନଦୀରେ ବନ୍ୟା ଯୋଗୁଁ ସରକାରୀ ଭାବେ ବସ୍ତା ବ୍ଲକ ୨୪ ଟି ପଞ୍ଚାୟତରେ ୭ ଦିନ ପାଇଁ ବରିଷ୍ଠ ଓ କନିଷ୍ଠ ମୋଟ ୧୭୭୧୨୬ ଲୋକଙ୍କ ପାଇଁ୧୧୧୨୬. ୭୪୫ କୁଇଣ୍ଟାଲ ଚାଉଳ ପର୍ଯ୍ୟାୟ କ୍ରମେ ବଣ୍ଟନ ହେବାକୁ ଥିବା ବେଳେ, ତାଡଦା ପଞ୍ଚାୟତରେ ବର୍ତ୍ତମାନ ଜନସଂଖ୍ୟା ରିପୋର୍ଟ ଅନୁଯାୟୀ ଭୁଲ ତଥ୍ୟ ଦିଆଯାଇଛି, ଯେପରିକି ବରିଷ୍ଠ ୩୨୪୯ ଥିବା ବେଳେ କନିଷ୍ଠ ୩୮୦୦ ଅର୍ଥାତ ବରିଷ୍ଠଙ୍କ ଠୁ କନିଷ୍ଠ ୫୫୧ କମ ରହିଛି ଯାହା ପାଇଁ ନିଶ୍ଚିତ ଭାବେ ଚାଉଳର ପରିମାଣ କମିବ ଓ ନିୟମ ମୁତାବକ ବଣ୍ଟନ ହୋଇପାରିବନାହିଁ। ଏନେଇ ଆଜି ଅପରାହ୍ନରେ ସରପଞ୍ଚ ପ୍ରଭାତ କୁମାର ଦାସଙ୍କ ଆହ୍ବାନ କ୍ରମେ ୱାର୍ଡ ସଭ୍ୟ ସଭ୍ୟା, ପଞ୍ଚାୟତ ବାସୀଙ୍କ ଉପସ୍ଥିତିରେ ବୈଠକ ହୋଇଥିଲ। ଯେଉଁଥିରେ କି କୌଣସି ନିଷ୍କର୍ଷ ବାହାରିବା ପୂର୍ବରୁ କେଉଁ ଆଧାରରେ ରିଲିଫ ଆସିଲା,କିଏ ଜନ ତ୍ରୁଟିପୂର୍ଣ୍ଣ ଜନ ସଂଖ୍ୟା ରିପୋର୍ଟ ଦେଲା, କିଭଳି ବୟସ୍କ ତୁଳନାରେ କନିଷ୍ଠଙ୍କ ସଂଖ୍ୟା କମିଲା ଇତ୍ୟାଦି ପ୍ରସଙ୍ଗ ଉଠାଇ ବ୍ଲକ ପ୍ରଶାସନକୁ ଦାୟୀ କରାଯାଇଥିଲା। ତେବେ ଏନେଇ ବିଡିଓ ଙ୍କୁ ଭେଟି ତ୍ରୁଟି ସଂଶୋଧନ ପାଇଁ ଦୃଢ଼ ଦାବି କରାଯିବ, ଆଉ ତ୍ରୁଟି ସଂଶୋଧନ ନହେଲେ ଆନ୍ଦୋଳନ କରାଯିବ ବୋଲି କଡ଼ା ଚେତାବନୀ ଦିଆଯାଇଛି।



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l