Hot Posts

6/recent/ticker-posts

ସିନାପାଲି ସହରର ନାକା ଛକଠାରେ ବନ୍ଧନ ବ୍ୟାଙ୍କର ନୂତନ ଶାଖାର ଶୁଭଉଦ୍‌ଘାଟନ

ସିନାପାଲି, ୩୦/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାର ସିନାପାଲି ସହରର ନାକା ଛକଠାରେ ବନ୍ଧନ ବ୍ୟାଙ୍କର ନୂତନ ଶାଖାର ଶୁଭଉଦ୍‌ଘାଟନ ବୁଧବାର ଦିନ ଆନନ୍ଦ ଓ ଉତ୍ସାହର ସ‌ହ ଅନୁଷ୍ଠିତ ହୋଇଯାଇଛି ଦିନ ୧୨ଟା ୩୦ ମିନିଟ୍ ସମୟରେ ଆୟୋଜିତ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ବର୍ଗର ଲୋକଙ୍କ ସମେତ ବ୍ୟାଙ୍କ କର୍ମଚାରୀମାନେ ଯୋଗଦେଇଥିଲୋ ବରିଷ୍ଠ ଆଇନଜୀବୀ ଶ୍ରୀ ବୈଷମ୍ପାୟନ ମେହେର, ସିନାପାଲି ଥାନା ଅଧିକାରୀ ଶ୍ରୀ ମହେଶ୍ବର ପାଣିଗ୍ରାହୀ ଏବଂ ପୂର୍ବତନ ସିନାପାଲି ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀ ନୀଳମଣି ମେହେରଙ୍କ କରକମଳରେ ବନ୍ଧନ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ ହୋଇଥିଲା। ଉଦ୍‌ଘାଟନ ପରେ ଅତିଥିମାନେ ବ୍ୟାଙ୍କ ପରିସର ପରିଦର୍ଶନ କରିବା ସହ ନୂତନ ଶାଖାର କାର୍ଯ୍ୟକାରିତା ଓ ଗ୍ରାହକ ସେବା ସମ୍ପର୍କରେ ଅବଗତ ହୋଇଥିଲୋଏହି ଅବସରରେ ଶ୍ରୀ ତୁଳସୀରାମ ମେହେର, ଶ୍ରୀ ଡମ୍ବରୁଧର ମେହେର, ଶ୍ରୀ ଗୋଲାମଣି ସା, ଶ୍ରୀ ନାରାୟଣ ପାତ୍ର, ଶ୍ରୀ ଅରିରଞ୍ଜନ ଯୋଶୀ, ଶ୍ରୀ ତ୍ରିନାଥ ମେହେର,ଶ୍ରୀ ନନ୍ଦ କୁମାର ପାତ୍ର, ଶ୍ରୀ ପ୍ରହଲ୍ଲାଦ ମେହେର, ଶ୍ରୀ ଭୀଷ୍ମରାଜ ମାଝୀ, ଶ୍ରୀ ସୁଶାନ୍ତ ମେହେର, ଭୀଷ୍ମ ଦାସ ଓ ଶ୍ରୀ ଆନନ୍ଦ ମେହେରଙ୍କ ସମେତ ଅଞ୍ଚଳର ବହୁ ବ୍ୟକ୍ତି ଓ ମହିଳା ଉପସ୍ଥିତ ରହିଥିଲୋ ନୂତନ ବ୍ୟାଙ୍କ ଶାଖା ଖୋଲିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ପରିଲକ୍ଷିତ ହୋଇଥ୍‌ଲା କାର୍ଯ୍ୟକ୍ରମରେ ବନ୍ଧନ ବ୍ୟାଙ୍କର ବ୍ୟାଙ୍କି ୟୁନିଟ୍ ମ୍ୟାନେଜର ଶ୍ରୀ ଭକ୍ତ ମାଝୀ, ଅପରେସନ୍ ଏକ୍ସିକ୍ୟୁଟିଭ୍ ଶ୍ରୀ ଦେବରାଜ ଜଗତ ଏବଂ ରିଲେସନ୍‌ସିପ୍ ଅଫିସର ଶ୍ରୀ ଅଶ୍ବିନ କୁମାର ଜଗତ ଉପସ୍ଥିତ ରହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲୋ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଅତିଥ୍ ଓ ଲୋକମାନଙ୍କୁ ବ୍ୟାଙ୍କର ବିଭିନ୍ନ ସେବା ସମ୍ପର୍କରେ ସୂଚନା ଦେଇଥିଲୋସିନାପାଲି ଭଳି ଗ୍ରାମାଞ୍ଚଳରେ ନୂତନ ବ୍ୟାଙ୍କ ଶାଖା ଆରମ୍ଭ ହେବା ଦ୍ବାରା ସ୍ଥାନୀୟ ଲୋକଙ୍କ ଦୈନନ୍ଦିନ ବ୍ୟାଙ୍କିଙ୍ଗ୍ ଆବଶ୍ୟକତା ପୂରଣରେ ସୁବିଧା ହେବ ବୋଲି ଉପସ୍ଥିତ ଲୋକେ ଆଶା ପ୍ରକାଶ କରିଥିଲୋ ବ୍ୟାଙ୍କ ସେବା ପାଇଁ ଦୂରସ୍ଥାନକୁ ଯିବାକୁ ପଡୁଥିବା ଗ୍ରାହକମାନେ ଏହି ଶାଖା ମାଧ୍ୟମରେ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ବୋଲି ଆଶା କରାଯାଉଛିବିଶେଷକରି ଛୋଟ ବ୍ୟବସାୟୀ, ମହିଳା, କୃଷକ, ଶ୍ରମଜୀବୀ ଓ ସାଧାରଣ ଗ୍ରାହକମାନଙ୍କ ପାଇଁ ନିକଟରେ ବ୍ୟାଙ୍କ ସେବା ଉପଲବ୍ଧ ହେବା ଦ୍ବାରା ଦୈନନ୍ଦିନ ଆର୍ଥିକ କାରବାର ଅଧିକ ସୁବିଧାଜନକ ହୋଇପାରିବା ଅଞ୍ଚଳର ଆର୍ଥିକ କାରବାରକୁ ଆହୁରି ସୁଗମ କରିବା ସହ ଲୋକଙ୍କୁ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସହ ଅଧିକ ଯୋଡ଼ିବାରେ ଏହି ଶାଖା ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛିନୂତନ ଶାଖାର ଶୁଭାରମ୍ଭଅବସରରେ ବ୍ୟାଙ୍କ କର୍ମଚାରୀମାନେ ଗ୍ରାହକଙ୍କୁ ସରଳ, ସୁବିଧାଜନକ ଓ ଉତ୍ତମ ସେବା ପ୍ରଦାନ ଉପରେ ଗୁରୁତ୍ବ ଦେଇଥିଲୋ ସିନାପାଲି ନାକା ଛକଠାରେ ବନ୍ଧନ ବ୍ୟାଙ୍କର ଏହି ନୂତନ ଶାଖା ଖୋଲିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ନୂତନ ଆଶା ସୃଷ୍ଟି ହୋଇଛି