Hot Posts

6/recent/ticker-posts

ଲାଞ୍ଜିଗଡ ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଅଛି

କଳାହାଣ୍ଡି, ୩୦/୦୯ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର ଗତ ଲାଞ୍ଜିଗଡ ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଆଜି ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ର ଫାର୍ମାସିଷ୍ଟ ରବୀନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱ ରେ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହୋଇଯାଇଛି । ଉକ୍ତ ଦିବସ ରେ ଶ୍ରୀ ସାହୁ ରୋଗୀ ମାନଙ୍କୁ ହୃଦରୋଗ ବିଷୟରେ କିଛି ଅବଗତ କରାଇବା ସହ କଣ କଣ ପ୍ରତି ସତର୍କତା ଅବଲମ୍ବନ କଲେ ଏହି ମାରାତ୍ମକ ରୋଗ ରୁ ବଞ୍ଚିତ ରହିବା ସେ ବିଷୟରେ ସମ୍ୟକ ଆଲୋଚନା କରିଥିଲେ । ଏହି ମାରାତ୍ମକ ରୋଗ ପାଇଁ ଆମ ଦେଶରେ ଦିନକୁଦିନ ଅନେକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି ସେଥି ସକାଶେ ନିଜ ସ୍ୱାସ୍ଥ୍ୟ କୁ ନିଜେ କିପରି ସତର୍କତା ର ଚଳି ଖରାପ ଅଭ୍ୟାସ ଗୁଡିକ ତ୍ୟାଗ କରିବା ପାଇଁ ଶ୍ରୀ ରବୀନ୍ଦ୍ର କୁମାର ସାହୁ ଲୋକଙ୍କୁ ବୁଝାଇଥିଲେ । 



କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ ।