Hot Posts

6/recent/ticker-posts

ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ନିଷ୍ପତ୍ତି,ବିଘ୍ନରାଜ ତାଣ୍ଡିଙ୍କୁ ସଂଘରୁ ବହିଷ୍କାର କରାଯାଇଛି

ନୂଆପଡ଼ା, ୩୦/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଜୟ ଜଗନ୍ନାଥ ସାମ୍ବାଦିକ ସଂଘର ଏକ ବୈଠକରେ ସଂଘର ନିୟମକାନୁନ, ଶୃଙ୍ଖଳା ଓ ଆଭ୍ୟନ୍ତରୀଣ ବ୍ୟବସ୍ଥା ସମ୍ପର୍କିତ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଆଲୋଚନା ଓ ବିଚାରବିମର୍ଶ ପରେ ସଂଘର ସଭାପତି ବିଘ୍ନରାଜ ତାଣ୍ଡିଙ୍କୁ ସଂଘରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି। ସଂଘର ନିୟମାବଳୀ, ଶୃଙ୍ଖଳା ଓ ସାମୂହିକ ନିଷ୍ପତ୍ତିକୁ ପ୍ରତ୍ୟେକ ସଦସ୍ୟ ସମ୍ମାନ କରିବା ଆବଶ୍ୟକ। ସଂଘର ନିୟମକାନୁନ ସମ୍ପର୍କିତ ବିଷୟକୁ ନେଇ ବୈଠକରେ ଆଲୋଚନା ଓ ବିଚାରବିମର୍ଶ କରାଯିବା ପରେ ବିଘ୍ନରାଜ ତାଣ୍ଡିଙ୍କୁ ସଂଘରୁ ବହିଷ୍କାର କରିବା ନେଇ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିଷ୍ପତ୍ତିକୁ କୌଣସି ବ୍ୟକ୍ତିଗତ ମତଭେଦ କିମ୍ବା ବିରୋଧ ଭାବେ ନ ଦେଖି, ସଂଘର ନିୟମ, ଶୃଙ୍ଖଳା ଓ ସାମୂହିକ ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ନିଆଯାଇଥିବା ଆଭ୍ୟନ୍ତରୀଣ ନିଷ୍ପତ୍ତି ଭାବେ ଦେଖାଯାଇଛି। ସଂଘର ଏକତା, ପାରସ୍ପରିକ ସମ୍ମାନ ଓ ଭାଇଚାରା ବଜାୟ ରଖିବା ସହ ସାମ୍ବାଦିକତାର ମର୍ଯ୍ୟାଦାକୁ ଆଗକୁ ନେବା ପାଇଁ ସମସ୍ତ ସଦସ୍ୟ ମିଳିମିଶି କାର୍ଯ୍ୟ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଆଗାମୀ ଦିନରେ ସଂଘର ନିୟମାବଳୀ ଓ ସାମୂହିକ ନିଷ୍ପତ୍ତିକୁ ସମ୍ମାନ ଦେଇ ସଂଘର କାର୍ଯ୍ୟକଳାପ ଆଗେଇ ନେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।