Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋଲାର ସଚେତନ ରଥ ଶୁଭାରମ୍ଭ

ନୂଆପଡ଼ା, ୩୦/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ସୋଲାର ସଚେତନ ରଥ ଶୁଭାରମ୍ଭ, ଜିଲ୍ଲାରେ ୧୦ ହଜାର ୯୪୨ ଘରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଅନ୍ତର୍ଭୁକ୍ତ। ଆଜି ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ସବୁଜ ପତାକା ଦେଖାଇ ସୌର ରଥକୁ ଶୁଭାରମ୍ଭ କରି ଜିଲ୍ଲାବାସୀ ଙ୍କୁ ସବୁଜ ଶକ୍ତିର ବହୁଳ ଉପଯୋଗ କରି ଶକ୍ତିର ସଂଗ୍ରହ କରି ଅନ୍ୟଙ୍କୁ ସହାୟକ କରିବାପାଇଁ ଆହ୍ୱାନ କରିଛନ୍ତି। ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ସୌର ଶକ୍ତି ବ୍ୟବହାର କରିବାକୁ ନିର୍ଦ୍ଧେଶ ଦେଇଛନ୍ତି। ସବୁଜ ଶକ୍ତି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସତ୍ୟବ୍ରତ ପଣ୍ଡା ଯୋବଗ ଦେଇଥିବା ବେଳେ ବସବୁଜ ଶକ୍ତି ବିଭାଗ ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ। ସମଗ୍ର ଭାରତ ବର୍ଷ ରେ ୫୦ ଲକ୍ଷ ର ଉର୍ଦ୍ଧ ଉପଭୋକ୍ତା ହୋଇଥିବା ବେଳେ ଓଡ଼ିଶା ରେ ୨ଲକ୍ଷ ୨୮ ହଜାର ପ୍ରଧାନମନ୍ତ୍ରୀ ସୌର ଶକ୍ତି ଘର ସଂଯୋଗ ହୋଇଥିବା ବେଳେ ଭାରତରେ ଓଡ଼ିଶା ୭ ସ୍ଥାନ ରେ ଥିବା ବେଳେ ଓଡ଼ିଶା ରେ ନୂଆପଡ଼ା ଅଷ୍ଟମ ସ୍ଥାନ ରହିଅଛି।ସଚେତନ ରଥ ନୂଆପଡ଼ା ଜିଲ୍ଲା ପରିକ୍ରମା କରିବା ସହ ସଚେତନ କରିବ ସବୁଜ ଶକ୍ତି ବହୁଳ ବ୍ୟବହାର କରିବାକୁ ଆହ୍ୱାନ କରିଥିଲେ।