ଚିକିତ୍ସା ଅବହେଳା ଅଭିଯୋଗରେ ତଦନ୍ତ ଦାବି, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା କଳାହାଣ୍ଡି ଯୁବ ବିଜେଡି
କଳାହାଣ୍ଡି, ୩୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗତ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରରେ ଆଇସିୟୁରେ ଭର୍ତ୍ତି ହୋଇଥିବା ରଶ୍ମିରଞ୍ଜନ ଦାସ ମିଶ୍ରଙ୍କ ଚିକିତ୍ସା ଅବହେଳାରେ ଅଭିଯୋଗ ଏବଂ ତାଙ୍କ ମୃତ୍ୟୁ ପରେ ମଧ୍ୟ ଡାକ୍ତର ୨ ଘଣ୍ଟା ବିଳମ୍ବରେ ଆଇସିୟୁକୁ ଆସି ମୃତ ଘୋଷଣା କରିବା ଘଟଣାରେ ଶିଘ୍ର ତଦନ୍ତ ସାରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଦାବି କରାଯାଇଛି । ଏନେଇ ଏକ ପ୍ରତିନିଧି ଦଳ କଳାହାଣ୍ଡି ଜିଲ୍ଲାପାଳ ସଚିବ ପାଓ୍ଵାରଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବରୁ କଳାହାଣ୍ଡି ଯୁବ ବିଜେଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ରେଣ୍ଡୋ ମାଝୀ ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟଙ୍କୁ ସାକ୍ଷାତ କରି ନିରପେକ୍ଷ ତଦନ୍ତ ଦାବି କରିଥିଲା। ଦାବିପତ୍ର ଦେଇ ୧୨ ଦିନ ହୋଇଥିଲେ ହେଁ ଘରଣା ନେଇ ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ କି ଡାକ୍ତରଙ୍କ ବିରୁଦ୍ଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନାହିଁ ବୋଲି ଜିଲ୍ଲାପାଳ କୁ ଯୁବ ବିଜେଡି ସଭାପତି ଅବିନାଶ ଠାକୁର ପ୍ରଶ୍ନ କରିଥିଲେ । ଆଇସିୟୁ ଭଳି ସ୍ଥାନରେ ଡାକ୍ତର କର୍ତ୍ତବ୍ୟରେ ଅବହେଳା କରିବା ସହ ମୃତ୍ୟୁ ପରେ ବି ୨ ଘଣ୍ଟା ବିଳମ୍ବରେ ଆସିବା ମୃତ ରଶ୍ମିଙ୍କ ମାନବିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ଏଣୁ ଏହି ସମ୍ବେଦନଶୀଳ ଘଟଣାରେ ଶିଘ୍ର ତଦନ୍ତ ସାରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଛି। କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେଲେ ରେଣ୍ଡୋମାଝି ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟଙ୍କ ଅଫିସ ଘେରାଉ କରାଯିବ ବୋଲି ଯୁବ ବିଜେଡି ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ଯୁବ ନେତା ଶିବା ସାହୁ, ପିତବାସ ବେହେରା, ଅମିତ ଯାଦବ, ନବୀନ ନାୟକ, ଭୋଳାନାଥ ନାଗ , ଗଣେଶ ବାଗ, ମାନସ ସିନ୍ଦୂର ପ୍ରମୁଖ ଉପସ୍ଥିତ ଥିଲେ।
କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ