Hot Posts

6/recent/ticker-posts

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ, ୭ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୩୫୭ ଜନ ପରୀକ୍ଷାର୍ଥୀ ଅଂଶ ଗ୍ରହଣ

ନୂଆପଡ଼ା, ୩୦/୦୯ ( ପରମେଶ୍ୱର ମେହେର ) : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଅନୁଷ୍ଠିତ। ୭ ଗୋଟି ପରୀକ୍ଷା କେନ୍ଦ୍ର ରେ ୧୩୫୭ ଜନ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଛନ୍ତି। ପରୀକ୍ଷା ସୁନ୍ଦର ଭାବରେ ଅନୁଷ୍ଠିତ ହୋଇଥିବା ବେଳେ । ରାଜ୍ୟ ସ୍ୱାଡ, ଜିଲ୍ଲା ସ୍ୱାର୍ଡ ଏବଂ ଶିକ୍ଷା ବିଭାଗ ପକ୍ଷ ରୁ ସ୍ୱାର୍ଡ ଯୋଗ ଦେଇ ପରୀକ୍ଷା କୁ ଅନୁଷ୍ଠିତ କରାଇଥିଲେ। ଜିଲ୍ଲାପାଳ ମଧୁସୂଦନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ପରୀକ୍ଷାକୁ ନିର୍ଭୁଲ ଏବଂ କପି ମୁଖ କରିବାକୁ ଆହ୍ୱାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ପ୍ରଶାନ୍ତ କୁମାର ମହାନ୍ତି, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଦସ୍ୟ ତଥା ସ୍ଵତନ୍ତ୍ର ସ୍ୱାଡ ଡଃ. ଶିବ ପ୍ରସାଦ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା,ପ୍ରମୁଖ ଯୋଗ ଦେଇଥିଲେ। ପରୀକ୍ଷା କୁ ଅନୁଧ୍ୟାନ କରିଥିଲେ। ସତ ଗୋଟି ପରୀକ୍ଷା କେନ୍ଦ୍ର ପିଏମ ଶ୍ରୀ ନେସନାଲ ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟ, ନୂଆପଡ଼ା, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରାବଙ୍ଗ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଡୁମେରପାନି, ପୀଏ ଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଖରୀଆର ରୋଡ, ପୀଏ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରୀଆର ରୋଡ, କାଣା ଭଏରା ଉଚ୍ଚ ବିଦ୍ୟାଳୟ ତନୱାର ପରୀକ୍ଷା କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଅଛି।