ଖରସ୍ରୋତା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ଆରମ୍ଭ
ବିଂଝାରପୁର , ୨୭/୦୯ (ପ୍ରଦୀପ କୁମାର ମଲ୍ଲିକ) : ବିଂଝାରପୁର ବ୍ଲକର ସର୍ବପୁରାତନ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଖରସ୍ରୋତା ମହାବିଦ୍ୟାଳୟ ୫୦ ବର୍ଷ ପୂରଣ କରି ୫୧ ବର୍ଷରେ ପଦାର୍ପଣ କରିଛି। ଏହି ଅବସରରେ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସିଂହପୁର ଭଳି ଏକ ଦୁର୍ଗମ ପଲ୍ଲୀରେ ୫୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନର ଗୌରବମୟ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀମାନେ ତତ୍ପର ହୋଇଛନ୍ତି।ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସୁଧାଂଶୁ କୁମାର ଦାସ ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ। ମଞ୍ଚାସୀନ ପୂର୍ବତନ ପ୍ରଧ୍ୟାପକ ରବିନ୍ଦ୍ରନାଥ ରାଏ, ପୂର୍ବତନ ହିସାବରକ୍ଷକ ତ୍ରିଲୋଚନ ବେଉରିଆ ଓ ପୂର୍ବତନ ପରିଚାଳନା ସମିତି ସଦସ୍ୟ ଗୁରୁଚରଣ ଆଟେଇ ନିଜ ମତ ରଖିଥିଲେ।ପୁରାତନ ଛାତ୍ରମାନଙ୍କ ମଧ୍ୟରେ ନିରଞ୍ଜନ ବେଉରିଆ, ଦିଲ୍ଲିପ ରାଉଳ, ଜ୍ଞାନେନ୍ଦ୍ର ବେଉରିଆ, ଗୋପାଳଚନ୍ଦ୍ର ସାମଲ, ମନୋଜ କୁମାର ସାମଲ, ସୁବାଷ ଚନ୍ଦ୍ର ପ୍ରଧାନ, ମୀନକେତନ ପୁହାଣ, ଭାରତ ଭୂଷଣ ମଲ୍ଲିକ ଓ ଭରତଚନ୍ଦ୍ର ନାୟକ ପ୍ରମୁଖ ମତାମତ ରଖିଥିଲେ। ସମାଜସେବୀ ପଦ୍ମାକର ଗୁରୁ ଉପସ୍ଥିତ ରହି ସହଯୋଗର ଆଶ୍ୱାସନ ଦେଇଥିଲେ।ମହାବିଦ୍ୟାଳୟର ମାନ ଓ ଗୌରବ ଅକ୍ଷୁଣ୍ଣ ରଖି ସୁବର୍ଣ୍ଣ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ସମସ୍ତେ ଏକମତ ହୋଇଥିଲେ। ପୂର୍ବତନ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅରୁଣ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ସୁବାଷ ଚନ୍ଦ୍ର ସାହୁ, ସୁରେନ୍ଦ୍ର କୁମାର ସାମଲ, କୈଳାଶ ଚନ୍ଦ୍ର ମିଶ୍ର, ମୀନକେତନ ତ୍ରିପାଠୀ, ଗଗନ ବିହାରୀ ବେହେରା, ଚିତ୍ତରଞ୍ଜନ ସାହୁ, ଦୀପ୍ତିରଞ୍ଜନ ସେନାପତି, ଅର୍ପିତା ସ୍ୱାଇଁ ଓ ଚିରସ୍ମିତା ନାୟକ ପ୍ରମୁଖ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।