Hot Posts

6/recent/ticker-posts

ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତ ବୈଠକ ଅନୁଷ୍ଠିତ

କର୍ଲାମୁଣ୍ଡା, ୨୭/୦୯ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ମାଁ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। କମିଟୀର ସଭାପତି କପିନ୍ଦ୍ର ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଉପ-ସଭାପତି ତପନ ମାଝୀ, ସମ୍ପାଦକ ମହେଶ୍ୱର ଗହୀର, କୋଷାଧ୍ୟକ୍ଷ ସଂଜୀବ ରଣା (ଠାକୁର), ଯୁଗଳ କିଶୋର ନାଏକ, ବସନ୍ତ କୁମାର ସାହୁ, ଚତୃଭୁଜ ରଣା, ଡୋଳାମଣି ପଣ୍ଡିଆ, ବୁଲୁ ରଣା, ରଶ୍ମି ରଞ୍ଜନ ରଣା, ନାରାୟଣ ସରାପ, ଚୂଡ଼ାମଣି ରଣା, ନୃପରାଜ ରଣା, ଚିନ୍ତାମଣି ସାହୁ, ଗୋପାଳ ରଣା, ଅନିଲ ରଣା ଙ୍କ ସମେତ ଅନେକ ସଦସ୍ୟ ଯୋଗଦେଇଥିଲେ। ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜାକୁ କିପରି ଧୁମଧାମରେ ଓ ଶାନ୍ତିଶୃଙ୍ଖଳା ସହ ପାଳନ କରାଯାଇ ପାରିବ ସେ ନେଇ ଉପସ୍ଥିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲା।