Hot Posts

6/recent/ticker-posts

ବାଙ୍କୀରେ ଅବକାରୀ ବିଭାଗର ବଡ଼ ଚଢ଼ାଉ, ୪୪ ଗ୍ରାମ ବ୍ରାଉନସୁଗାର ଜବତ ଜଣେ ଯୁବକ ଗିରଫ

କଟକ, ୦୩/୦୯ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ବାଙ୍କୀ ଥାନା ଅନ୍ତର୍ଗତ ପଥୁରିପଦା ଗ୍ରାମ ନିକଟସ୍ଥ ଶିବ ମନ୍ଦିର ସମ୍ମୁଖରେ ଚଢ଼ାଉ କରାଯାଇଛି। ବ୍ରାଉନସୁଗାର ଚାଲାଣ ସମୟରେ ଏହି ଚଢ଼ାଉ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଚଢ଼ାଉ ସମୟରେ ବିଜୟ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ନିକଟରୁ ୪୪ ଗ୍ରାମ ହେରୋଇନ୍‌ (ବ୍ରାଉନସୁଗାର) ଜବତ କରାଯାଇଥିଲା। ଏହାପରେ ଅବକାରୀ ମୋବାଇଲ ଟିମ୍ ତାଙ୍କୁ ଗିରଫ କରିଥିବା ବେଳେ ଏନ୍‌ଡିପିଏସ୍‌ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ୪୦ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ମୋବାଇଲ ୟୁନିଟ୍‌ର ଆଇଆଇସି ଭକ୍ତବତ୍ସଳ ବର୍ମା, ଏସ୍‌ଆଇ ନିରୁପମା ପ୍ରଧାନ, ଏଏସ୍‌ଆଇ ହରିହର ନାଏକଙ୍କ ସମେତ ଅଜୟ ଜେନା, ଦେବବ୍ରତ ଓଝା, ଶଙ୍କର ସିଂ, ଲଖମଣ ବେହେରା ଓ ପ୍ରିୟତମା ରଥ ପ୍ରମୁଖ ଅବକାରୀ କର୍ମଚାରୀ ସାମିଲ ଥିଲେ। ନିଶାଦ୍ରବ୍ୟ ଚାଲାଣ ରୋକିବା ପାଇଁ କଟକ ଅବକାରୀ ମୋବାଇଲ ୟୁନିଟ୍ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ମଧ୍ୟରେ ମୋବାଇଲ ୟୁନିଟ୍ ପକ୍ଷରୁ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।



କଟକରୁ କାହୁଁ ଚରଣ ବାରିକଙ୍କ ରିପୋର୍ଟ, ନବଦୂତ ନ୍ୟୁଜ୍।