କଟକ, ୦୩/୦୯ ( କାହୁଁ ଚରଣ ବାରିକ ) : କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ପ୍ରଗତି ମିଲ୍କ ଦୁଗ୍ଧ କମ୍ପାନୀର ୟୁନିଟ୍-୨ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। କୌଣସି କାରଣରୁ କମ୍ପାନୀ ପରିସରରେ ନିଆଁ ଲାଗିବା ପରେ ଚାରିଆଡ଼େ ଚାଞ୍ଚଲ୍ୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଅଗ୍ନିକାଣ୍ଡର ଖବର ପାଇ ଚାଉଳିଆଗଞ୍ଜ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଛି। ଏହାସହ ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ନିଆଁକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନଥିବା ବେଳେ, ଘଟଣାରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ମଧ୍ୟ ସ୍ପଷ୍ଟ ସୂଚନା ମିଳିନାହିଁ। ଅଗ୍ନିଶମ କର୍ମଚାରୀଙ୍କ ତତ୍ପରତାରେ ନିଆଁକୁ ଶୀଘ୍ର ଆୟତ୍ତ କରିବାକୁ ପ୍ରୟାସ ଜାରି ରହିଛି।
କଟକରୁ କାହୁଁ ଚରଣ ବାରିକଙ୍କ ରିପୋର୍ଟ, ନବଦୂତ ନ୍ୟୁଜ୍।
