Hot Posts

6/recent/ticker-posts

ମାଲବାହୀ ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ନର୍ଲା, ୩୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଅଞ୍ଚଳରେ ମାଲବାହୀ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରୁପ୍ରା ରୋଡ୍ ରେଳ ଷ୍ଟେସନ ଅଧୀନ ଧରଣୀପଦର ରେଳ ଫାଟକ ନିକଟରେ ଏହି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁସାରେ, ଟିଟିଲାଗଡ଼ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଖବର ପାଇ ରେଳ ବିଭାଗର କର୍ମଚାରୀଙ୍କ ସହ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତକଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି।


କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ