Hot Posts

6/recent/ticker-posts

ନୀଳଜୀରେ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ୩୬ତମ ପାର୍ବଣ ଉତ୍ସବରେ ମା’ଙ୍କ ଦଶ ଅବତାର ପୂଜା ପାଇଁ ନିଷ୍ପତ୍ତି

ସିନାପାଲି, ୦୨/୦୯ ( ପରମେଶ୍ୱର ମେହେର ) : ଆଗାମୀ ଶାରଦୀୟ ଦୁର୍ଗାପୂଜା ନିମନ୍ତେ ସିନାପାଲି ବ୍ଲକ ନୀଳଜୀ ଗ୍ରାମରେ ଦୁର୍ଗାପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅସ୍ଥାୟୀ ସଭାପତି ଷଡାନନ ସୁନାନୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଚଳିତବର୍ଷ ୩୬ତମ ପାର୍ବଣ ଉତ୍ସବକୁ ଧୁମଧାମରେ ପାଳନ କରିବା ନେଇ ବିଭିନ୍ନ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଚଳିତବର୍ଷ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ମା’ଙ୍କ ଦଶ ଅବତାର ପୂଜା କରାଯିବା ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୂଜାକୁ ଭବ୍ୟ, ଶୃଙ୍ଖଳିତ ଓ ସଫଳ କରିବା ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। କମିଟିର ସଭାପତି ଭାବେ ସୁଶାନ୍ତ କୁମାର ପ୍ରଧାନ, ଉପସଭାପତି ଭାବେ ଦେବବ୍ୟାସ ସା, ସମ୍ପାଦକ ଭାବେ ଷଡାନନ ସୁନାନୀ, ସହସମ୍ପାଦକ ଭାବେ ସତ୍ୟବାନ ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ ଧବଳେଶ୍ୱର ପ୍ରଧାନ, ରାକେଶ ମିଶ୍ର ଓ ଲୋମାସ ସାଙ୍କୁ ଚୟନ କରାଯାଇଛି। ସେହିପରି ପୂଜା ପରିଚାଳନାକୁ ଭବ୍ୟ ଓ ଶୃଙ୍ଖଳିତ କରିବା ପାଇଁ ଗଠିତ କମିଟିର ସଭାପତି ଭାବେ ଅରବିନ୍ଦ ପ୍ରଧାନଙ୍କୁ ଏବଂ ସାଂସ୍କୃତିକ କମିଟିର ସଭାପତି ଭାବେ କ୍ଷିତୀରାମ ମାଝୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରସ୍ତୁତି ବୈଠକରେ ରୁପଧର ନାଗ, ହୀରାଲାଲ ଘିବେଲା, ଭୁଜବଳ ସା, ଇନ୍ଦ୍ର ସୁନାନୀ, ରୋହିତ ପ୍ରଧାନ, ଚନ୍ଦ୍ର ସା, ତୁଳସୀ ସା, ନବୀନ ମାଝୀ, ମହେନ୍ଦ୍ର ନିଆଲ, ବିକାଶ ପ୍ରଧାନ, ସୁମିତ ପ୍ରଧାନ, ପିତାମ୍ବର ପ୍ରଧାନ, ଆକାଶ ପ୍ରଧାନ, ପିତାମ୍ବର ସା, ଜଗତ ରାମ ପରାଭୋଇ, ତ୍ରିନାଥ ସାଗର, ଅଶୋକ ବାଗ, ସାନ ମାଳି, ବଡ଼ ମାଳି, ବୀରେନ୍ଦ୍ର ପ୍ରଧାନଙ୍କ ସମେତ କମିଟିର ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।