ଲାଇଫବୟ ସାବୁନରେ ଗଣପତି ବାପାଙ୍କ ଅନନ୍ୟ କଳାକୃତି।
କଟକ, ୧୩/୦୯ ( କାହୁଁ ଚରଣ ବାରିକ ) : କଟକ ବିଦ୍ୟାଧରପୁରର ୨୫ ବର୍ଷୀୟ ଆର୍ଟିଷ୍ଟ ସୂର୍ଯ୍ୟ ନାରାୟଣ ନାୟକ ଲାଇଫବୟ ସାବୁନରେ ତିଆରି କରିଛନ୍ତି ଗଜାନନଙ୍କ ଅଦ୍ଭୁତ ପ୍ରତିମୂର୍ତ୍ତି। ନିଜ କଳା ଦକ୍ଷତାରେ ସାବୁନକୁ ଦେଇଛନ୍ତି ଗଣପତି ବାପାଙ୍କ ରୂପ। ଏହି ସୁନ୍ଦର କଳାକୃତିକୁ ସମ୍ପୂର୍ଣ୍ଣ କରିବାକୁ ସୂର୍ଯ୍ୟ ନାରାୟଣଙ୍କୁ ଲାଗିଥିଲା ପ୍ରାୟ ୩୦ରୁ ୪୦ ମିନିଟ୍ ସମୟ। ସାଧାରଣ ସାବୁନରେ ଏଭଳି ନିଖୁଣ କଳାକୃତି ତିଆରି କରି ଚର୍ଚ୍ଚାରେ ଆସିଛନ୍ତି ସୂର୍ଯ୍ୟ ନାରାୟଣ ନାୟକ।