Hot Posts

6/recent/ticker-posts

କଳାହାଣ୍ଡିରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୧୯୨ ଜଣ ତୀର୍ଥଯାତ୍ରୀ ଅଯୋଧ୍ୟା ଓ ବାରାଣସୀ କୁ ଯାତ୍ରା

ଭବାନୀପାଟଣା, ୩୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ଜିଲ୍ଲା ପର୍ୟ୍ୟଟନ କାର୍ଯ୍ୟଲୟ ପରିସରରୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୧୯୨ ଜଣ ତୀର୍ଥଯାତ୍ରୀ ୫ ଟି ବସ୍‌ରେ ଅଯୋଧ୍ୟା ଓ ବାରାଣସୀ କୁ ଯିବା ପାଇଁ ରାୟଗଡ଼ା ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି। ଆସନ୍ତା କାଲି ୫ ଟି ଜିଲ୍ଲା ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, କୋରାପୁଟ, ମାଲକାନଗିରି ତୀର୍ଥଯାତ୍ରୀ ୧.୧୦.୨୦୨୬ ତାରିଖ ସକାଳ ୧୦.୦୦ ଘ ସମୟରେ ରାୟଗଡ଼ା ରେଳ ଷ୍ଟେସନ ଠାରୁ ସ୍ଵତନ୍ତ୍ର ଟ୍ରେନ ରେ ଅଯୋଧ୍ୟା ଓ ବାରାଣସୀ ଅଭିମୁଖେ ଗସ୍ତ କରିବେ। ଏହି ଅବସରରେ ଆଜି ମଧ୍ୟ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଜିଲ୍ଲାରୁ ୫୭୦ ଜଣ ତୀର୍ଥଯାତ୍ରୀ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ୧୭ ଟି ଶୀତତାପ ନିୟନ୍ତ୍ରିତ ବସରେ ଯାତ୍ରା କରିଛନ୍ତି। ବରିଷ୍ଠ ନାଗରିକମାନଙ୍କୁ ରାଜ୍ୟର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ସ୍ଥଳୀ ପରିଦର୍ଶନର ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା " ଏବଂ "ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା " କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ତହସିଲଦାର କଳାହାଣ୍ଡି କ୍ଷୀରୋଦ ନାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଳାହାଣ୍ଡି ମନୋଜ ବେହେରା,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ ପ୍ରମୁଖ ଯୋଗଦେଇ ତୀର୍ଥଯାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତୀର୍ଥଯାତ୍ରାରେ ଯାଉଥିବା ବସ୍‌କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ ଓ ତୀର୍ଥଯାତ୍ରୀଙ୍କ ଯାତ୍ରା ସୁଖଦ, ନିରାପଦ ଓ ସ୍ମରଣୀୟ ହେଉ ବୋଲି ଶୁଭକାମନା ଜଣାଇଥିଲେ।



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ