ନୂଆପଡ଼ା ଜିଲ୍ଲା କୋମନା ସ୍ଥିତ ଜିତାମିତ୍ର ହାଇସ୍କୁଲ ପଡିଆ ଠାରେ ୧୩ ତମ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଫୁଟବଲ୍ ପ୍ରତିଯୋଗିତା ଉଦଯାପିତ
ନୂଆପଡ଼ା, ୩୦/୦୯ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୋମନା ସ୍ଥିତ ଜିତାମିତ୍ର ହାଇସ୍କୁଲ ପଡିଆ ଠାରେ ୧୩ ତମ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ। ୧୩ ତମ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ଫୁଟବଲ୍ ପ୍ରତିଯୋଗିତା ଉଦଯାପନୀ ଖେଳ ରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ.ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇ କ୍ରୀଡ଼ା ଓ ଖେଳ ପ୍ରତି ଛାତ୍ର ଛାତ୍ରୀଙ୍କୁ ଜୀବନର ଲକ୍ଷ ବାଛିବା ସହ ଲୁକ୍କାୟିତ କଲା ପ୍ରତିଭା କୁ ଉଜ୍ଜୀବିତ କରି ଜିଲ୍ଲାସ୍ତର ରୁ ରାଜ୍ୟ ସ୍ତରୀୟ ଖେଳାଳି ରୂପେ ସୁଯୋଗ ସୃଷ୍ଟି କରିବା ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ। ଏହି କ୍ରୀଡ଼ା ରେ ଛାତ୍ର ଛାତ୍ରୀଙ୍କ ମଧ୍ୟ ରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ରାଜ୍ୟ କ୍ରୀଡ଼ା ପ୍ରତିଯୋଗିତା ରେ ସାମିଲ ହେବ। ଆଜି ଉଦଯାପନୀ ସନ୍ଧ୍ୟାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ସଦସ୍ୟ ଡଃ. ଶିବ ପ୍ରସାଦ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର, ଉପାଧ୍ୟକ୍ଷ ଦେବେନ୍ଦ୍ର ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଦୀପିକା ଦୀପ, ଜିଲ୍ଲା କ୍ରୀଡା ନିରୀକ୍ଷକ ରତନ ବାରିକ, ମହେଶ ଦଣ୍ଡସେନା, ସାମ୍ବାଦିକ କୁନୁ କରୁଆଁ, ମାୟାଧର ସରାଫ ପ୍ରମୁଖ ଯୋଗ ଦେଇଥିଲେ। କ୍ରୀଡ଼ା ଶିକ୍ଷକ ମାନେ ଯୋଗ ଦେଇଥିଲେ।