ଲଇକେରା, ୨୭/୦୯ ( ଅନିଲ କୁମାର ସରାଫ ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ସେପ୍ଟେମ୍ୱର ୧୭ ରୁ ଅକ୍ଟୋବର ୧୭.୨୦୨୬ ମସିହା ପର୍ଯ୍ୟନ୍ତ ପାଳନ କରାଯାଉଥିବା ସେବା ମାସ ଅବସର ରେ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟସୂଚୀ ଜାରି ହୋଇଛି ।ଆୟୋଜିତ କାର୍ଯ୍ୟକ୍ରମରେ ଲଇକେରା ବ୍ଳକର ମୁନ୍ଦ୍ରାଯୋର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳତାର ସହିତ ରବିବାର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିର ରୁ ସର୍ବମୋଟ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଶିବିର ପରିଦର୍ଶନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସେ କହିଥିଲେ ଯେ ମାନ୍ଯବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଓ ପ୍ରେରଣାରେ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ନିଜକୁ ଜନସେବା ରେ ସମର୍ପିତ କରିଛନ୍ତି । ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ଯୁବକ ଓ ନାଗରିକମାନେ ଉତ୍ସାହର ସହ ଆସି ରକ୍ତଦାନ କରିଥିବା ବେଳେ ବିଧାୟକ ସେମାନଙ୍କର ଏହି ମହତ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ଏହି ମହତ୍ ସେବା କାର୍ଯ୍ଯରେ ନିଶିକାନ୍ତ ପଟେଲ, ଦୁତିଆ ଓରାମ, ଡମ୍ୱରୁଧର ସାହୁ, ନେପାଳ ନାଏକ, ମଧୁ ରଣା, ସୁଶାନ୍ତ ସାହୁ, ରେସ୍ମା ପଟେଲ, ରୁକ୍ମଣୀ ଖଡିଆ, ଦଶମୀ ବରିହା, ତୀର୍ଥ ଜୟପୁରିଆ, ରାମୁ ରଞ୍ଜନ ମିଶ୍ର, ରମାକାନ୍ତ ନାଏକ, ସାଗର କମାର, ଟିକେଶ୍ୱର ଜୟପୁରିଆ, ଭୋଜରାଜ ଦଣ୍ଡସେନା, ସଞ୍ଜିବ ପୁରୋହିତ, ଶରତ ପଟେଲ, ବାସୁଦେବ ଜୟପୁରିଆ, ବିନୋଦ ବୁଦୁଲା, ଟିକେଶ୍ୱର ପୃଷେଠ, ନର୍ମଳ ପଟେଲ, ନବୀନ ବୁଦୁଲା, ପ୍ରଦୀପ ପ୍ରଧାନ, କୁଳମଣି କିସାନ ଏବଂ ମୈାଜିଲାଲ ଦଣ୍ଡସେନାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ସ୍ଥାନୀୟ ମାନ୍ୟଗଣ୍ୟ ବ୍ଯକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ

