Hot Posts

6/recent/ticker-posts

ବିପଦର ବନ୍ଧୁ ସାଜିଲେ ଅଗ୍ନିଶମ ବିଭାଗ ସହ ସିଭିଲ ଡିଫେନ୍ସର କର୍ମକର୍ତ୍ତା l

ବାଲେଶ୍ୱର, ୨୭/୦୯ (ପ୍ରଭାକର ମଲ୍ଲିକ) : ଜୀବନ କୁ ବାଜି ଲଗାଇ ଷାଠିଏ ଲୋକଙ୍କୁ କଲେ ଉଦ୍ଧାର, ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା କସିପଦା ପଞ୍ଚାୟତର ନରଣଡିହ ଗ୍ରାମ ରେ ରାତି ଅଧ ରେ ୬୦ ରୁ ଉର୍ଧ୍ଵ ଲୋକଙ୍କୁ ବନ୍ୟା ପାଣି ରୁ ଉଦ୍ଧାର କରି ଚର୍ଚ୍ଚା ରେ ରହିଛନ୍ତି ବସ୍ତା ଅଗ୍ନିଶମ ବିଭାଗ ସହ ସିଭିଲ ଡିଫେନ୍ସ ର କର୍ମକର୍ତା.ସୂଚନା ଅନୁସାରେ ଗତ କାଲି ରାତି ପାଖା ପାଖି ବାରଟା ସମୟରେ ନରଣଡିହ ଗ୍ରାମ ର ଗୋଟିଏ ପଟ ରେ ଜଳକା ନଦୀ ର ପାଣି, ଅନ୍ୟ ପଟ ରେ ବୁଢ଼ାବଳଙ୍ଗ ନଦୀ ର ବନ୍ୟା ପାଣି ସମଗ୍ର ଅଂଚଳ କୁ ଘେରି ରଖିଥିବା ବେଳେ, ରାତି ରେ ବନ୍ୟା ପାଣି ଲୋକମାନଙ୍କ ର ଘରେ ପଶି ଥିଲା. ଏହାକୁ ଦେଖି ଲୋକେ ଛାନିଆ ହୋଇ ଜୀବନ ବଞ୍ଚାଇବା କୁ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ. ଖବର ପାଇ ବିଳମ୍ବିତ ରାତି ରେ ବସ୍ତା ଅଗ୍ନିଶମ ବିଭାଗ ର ଅଧିକାରୀ ଗଜେନ୍ଦ୍ର ସିଂ ଙ୍କ ନେତୃତ୍ୱ ରେ ଏକ ଟିମ ଏବଂ ସିଭିଲ ଡିଫେନ୍ସ ଚାରି ଉଦୀୟମାନ ଯୁବକ ସୁବ୍ରତ ଜେନା, ଶଶାଙ୍କ ଶେଖର ଦେ , ହାରାଧାନ ଦେ, କୁମୁଦ ରଞ୍ଜନ ଜେନା ପ୍ରମୁଖ ଘଟଣା ସ୍ଥଳ ରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ,ତେବେ ରାତ୍ରି ର ଅନ୍ଧାର ରେ ପବନ ସହିତ ତୁହା କୁ ତୁହା ବର୍ଷା ଲାଗିରହିଥିଲେ ମଧ୍ୟ ନିଜ ନିଜର ଜୀବନ କୁ ବାଜି ଲଗାଇ ଦେଇଥିଲେ ଉଦ୍ଧାରକାରୀ ଦଳ, ଆଉ ଭୋର ଚାରି ଟା ସମୟରେ ସ୍ଥାନୀୟ ନେତୃତ୍ୱ ମଣ୍ଡଳୀ ଙ୍କ ସହଯୋଗ ରେ ଉଦ୍ଧାର ଶେଷ କରି ସମସ୍ତ ଲୋକଙ୍କୁ ଆଣି କସିପଦା ପ୍ରାଥମିକ ବିଦ୍ୟାଳୟ ରେ ଛାଡିଥିଲେ। 



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l