Hot Posts

6/recent/ticker-posts

ରାୟଗଡ଼ା ପୋଲିସର ଜନହିତକର ପଦକ୍ଷେପ

ରାୟଗଡ଼ା, ୧୩/୦୯ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ାରେ ଆଜି ଆୟୋଜିତ ହୋଇଛି ଏକ ବିଶେଷ ମାଗଣା ସ୍ୱାସ୍ଥ୍ୟ ଶିବିର। ରାୟଗଡ଼ା ପୋଲିସ ଏବଂ ବିଶାଖାପାଟଣାମର ଇଣ୍ଡସ୍ ହସ୍ପିଟାଲର ମିଳିତ ସହଯୋଗରେ ପୋଲିସ କଲ୍ୟାଣ ମଣ୍ଡପରେ ଏହି ଶିବିର ଆୟୋଜନ କରାଯାଇଛି। ଶିବିରରେ ବିଭିନ୍ନ ରୋଗର ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ପରାମର୍ଶ ଓ ପରୀକ୍ଷା କରାଯାଉଛି। ମେଡିସିନ୍, କାର୍ଡିଓ, ନ୍ୟୁରୋ, ଅର୍ଥୋପେଡିକ୍ ଏବଂ ଗାଇନିକ୍ ବିଶେଷଜ୍ଞ ଡାକ୍ତର ଶିବିରରେ ଉପସ୍ଥିତ ଅଛନ୍ତି। ଏହାସହ ECG, 2D ଇକୋ, ବ୍ଲଡ୍ ସୁଗାର, ବ୍ଲଡ୍ ପ୍ରେସର, BMI ଏବଂ BMD ଭଳି ବିଭିନ୍ନ ସ୍ୱାସ୍ଥ୍ୟ ପରୀକ୍ଷାର ସୁବିଧା ମଧ୍ୟ ରହିଛି। ସକାଳ ୯ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ ଏହି ମାଗଣା ମେଡିକାଲ କ୍ୟାମ୍ପ। ରାୟଗଡ଼ା ପୋଲିସର ଏଭଳି ଜନହିତକର ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି।