Hot Posts

6/recent/ticker-posts

ମାରାତ୍ମକ ହିଟ୍ ଆଣ୍ଡ ରନ୍ ମାମଲାର ପର୍ଦ୍ଦାଫାଶ, ଅଭିଯୁକ୍ତ ଡ୍ରାଇଭର ଗିରଫ

କଟକ, ୧୩/୦୯ ( କାଁହୁ ଚରଣ ବାରିକ ) : କଟକ ଚାଉଳିଆଗଞ୍ଜ ଥାନା ପୁଲିସ ଏକ ମାରାତ୍ମକ ହିଟ୍ ଆଣ୍ଡ ରନ୍ ମାମଲାର ସଫଳ ତଦନ୍ତ କରି ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିଛି। ଏହି ସଂକ୍ରାନ୍ତରେ ଚାଉଳିଆଗଞ୍ଜ ଥାନା କେସ୍ ନଂ. ୪୦୧/୨୦୨୬, ଧାରା ୨୮୧/୧୦୬ (୧) BNS ରୁଜୁ ହୋଇଥିଲା। ୦୮.୦୯.୨୦୨୬ ରାତିରେ ଦୁଇଜଣ ବ୍ୟକ୍ତି ଏକ ମୋଟରସାଇକେଲରେ କଲେଜ ଛକ ଅଭିମୁଖେ ଯାଉଥିବା ବେଳେ OMP ଅଞ୍ଚଳ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଦୁଇଜଣଙ୍କୁ SCB MCH, କଟକ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ମାମଲାର ତଦନ୍ତ ସମୟରେ ପୁଲିସ ବିଭିନ୍ନ ସ୍ଥାନର CCTV ଫୁଟେଜ୍, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ RTO ତଥ୍ୟର ବିଶ୍ଳେଷଣ କରି ଦୁର୍ଘଟଣା ଘଟାଇଥିବା Tipper Truck No. OD-05-CE-4777କୁ ଚିହ୍ନଟ କରିଥିଲା। ଏହାପରେ ଟିପର୍ ଚାଳକ କାଳିଆ ଓରଫ୍ ପିପିନା ନାୟକ (୩୭), ଗ୍ରାମ- ପଣ୍ଡରାବତିଆ, ଥାନା- ଭଦ୍ରେଶ୍ୱରଙ୍କୁ ଦୁର୍ଘଟଣାଗ୍ରସ୍ତ ଗାଡ଼ି ସହ ଚାଉଳିଆଗଞ୍ଜ ଥାନାକୁ ଅଣାଯାଇ ୧୨.୦୯.୨୦୨୬ ତାରିଖ ସନ୍ଧ୍ୟା ୬.୩୦ରେ ଗିରଫ କରାଯାଇଛି। ଟିପର୍ ଏବଂ ସମ୍ପୃକ୍ତ କାଗଜପତ୍ର ଜବତ କରାଯାଇ ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି। କଟକ କମିଶନରେଟ୍ ପୁଲିସ ଅପରାଧର ତ୍ୱରିତ ତଦନ୍ତ, ମାମଲାର ସଫଳ ପର୍ଦ୍ଦାଫାଶ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସର୍ବଦା ପ୍ରତିବଦ୍ଧ।



କଟକ ରୁ କାଁହୁ ଚରଣ ବାରିକ ଙ୍କ ରିପୋର୍ଟ ନବଦୂତ news#