ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଥିବା ସିଡିପିଓ ମଧୁସ୍ମିତା ମହାନ୍ତି ଜେଲ ଗଲେ l
ବାଲେଶ୍ଵର, ୨୦/୦୮ (ପ୍ରଭାକର ମଲ୍ଲିକ) : ବାଲେଶ୍ୱରରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ସଦର ଏବଂ ପୌରପାଳିକା ସିଡିପିଓ ମଧୁସ୍ମିତା ମହାନ୍ତିଙ୍କୁ ଜେଲ ହାଜତକୁ ପଠାଯାଇଛି। ଅଭିଯୋଗ ଅନୁସାରେ, ବିଲ୍ ପାସ କରାଇଦେବା ପାଇଁ ମଧୁସ୍ମିତା ମହାନ୍ତି ଜଣେ ବ୍ୟକ୍ତିଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଅଭିଯୋଗ ପାଇବା ପରେ ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ପରେ ଘଟଣାର ତଦନ୍ତ ଆଗକୁ ବଢ଼ିବା ସହ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ତଦନ୍ତ ପ୍ରକ୍ରିୟା ପରେ ତାଙ୍କୁ ଜେଲ ହାଜତକୁ ପଠାଯାଇଥିବା ଜଣାପଡ଼ିଛି। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଅଭିଯୋଗକୁ ନେଇ ଏହି ଘଟଣା ଏବେ ଚର୍ଚ୍ଚାରେ। ଲାଞ୍ଚ ଦାବି କରୁଥିବା ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସର ଏଭଳି କାର୍ଯ୍ୟାନୁଷ୍ଠାନ ଦୁର୍ନୀତି ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିବ ବୋଲି ଚର୍ଚ୍ଚା ହେଉଛି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l