ବିଦ୍ୟୁତ ସେବାରୁ ବଞ୍ଚିତ ଗାଁ କର୍କାମସ୍କା, ଅନ୍ଧାରରେ ଜୀବନ କାଟୁଛନ୍ତି ଗ୍ରାମବାସି।
କଳାହାଣ୍ଡି, ୨୦/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବନ୍ଧପାରି ଗ୍ରାମ ପଞ୍ଚାୟତ ଅଧୀନ କର୍କାମସ୍କା ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ। ଗାଁରେ ୫୩ ଆଦିବାସି ସଂପ୍ରଦାୟର ପରିବାର ବସ ବାସ କରୁଥିବା ବେଳେ କୃଷି ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପ୍ରତିପୋଷଣ କରନ୍ତି। ୫ଜି ଆଧୁନିକ ଯୁଗରେ ପହଞ୍ଚିବା ପରେ ମଧ୍ୟ ଆଜି ବି ଶିକ୍ଷା,ପାନୀୟ ଜଳ, ଭଲ ରାସ୍ତା, ଚିକିତ୍ସା, ଏବଂ ବିଦ୍ୟୁତ୍ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ ସୋର ଚାଳିତ ପମ୍ୱ ମାଧ୍ୟମରେ ନିର୍ଭର କିନ୍ତୁ ଆବଶ୍ୟକତା ପରିମାଣ ପାଣି ନ ମିଳିବାରୁ ଗାଁରେ ଥିବା ନଳକୂଅରୁ ବାହାରୁ ଥିବା ଗୋଳିଆ ପାଣି ଉପରେ ନିର୍ଭର କରନ୍ତି। ଯାହା ଫଳରେ ବିଭିନ୍ନ ରୋଗର୍ ଆକ୍ରାନ୍ତ ହୁଅନ୍ତି ଗ୍ରାମବାସୀ। ଯାତାୟାତ ପାଇଁ ପକ୍କା ରାସ୍ତା ଥିବା ସ୍ୱତେ ଯିବା ଆସିବା ପାଇଁ ବ୍ଯବହାର ଯୋଗ୍ୟ ନ ଥିବାରୁ ଗାଁକୁ ଗାଡ଼ି ମୋଟର ଯିବା-ଆସିବା ସମସ୍ୟା ହୋଇଯାଏ, ଯାହାଫଳରେ ରୋଗୀଙ୍କୁ ନେବା ଆଣିବା ପାଇଁ ସମସ୍ୟା ହୋଈଥାଏ। ଗାଁରେ ବିଦ୍ୟାଳୟ ନ ଥିବାରୁ ଗ୍ରାମର ୪୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ୪ ରୁ ୫ କିଲୋ ମିଟର ଦୂରରେ ଥିବା ତେନ୍ତୁଲି ପୁଙ୍ଗା, ବାଲିସରା, ବନ୍ଧପାରି, ସିନ୍ଧି ପଦରକୁ ଯିବାକୁ ପଡେ, ଦୂରତା ଥିବାରୁ ଅଭିଭାବକ ନିଜ ଛୁଆ ପିଲା ମାନଙ୍କୁ ପଠେଇବା ପାଇଁ ଆଗ୍ରହୀ ନୁହଁନ୍ତି। ଫଳରେ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିବାକୁ ପଡ଼େ। ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଲାଞ୍ଜିଗଡଙ୍କୁ ଜଣେଇବା ପରେ ଗାଁକୁ ପରିଦର୍ଶନର ଆସି ମଧୁ ବର୍ଣ୍ଣବୋଧ ବହି ବଣ୍ଟନ କରି ନିଜର ଦାୟିତ୍ୱ ସାରି ଦେଲେ କିନ୍ତୁ ବିଦ୍ୟାଳୟ ସ୍ଥାପନ ପାଇଁ କୌଣଷି ପଦକ୍ଷେପ ନେଲେ ନାହିଁ।ଗାଁରେ ଅଙ୍ଗନୱାଡି କେନ୍ଦ୍ର ଅଛି, କିନ୍ତୁ କେନ୍ଦ୍ରକୁ ଆସିବାକୁ ଭଲ ରାସ୍ତା ନାହିଁ, ୬ବର୍ଷ ତଳେ ଗାଁକୁ ବିଦ୍ୟୁତ୍ କରଣ ହୋଇଛି, କଷ୍ଟମଷ୍ଟେ ୧ ବର୍ଷ ବିଦ୍ୟୁତ ଆଲୁଅ ଦେଖିଲେ,କିନ୍ତୁ ଦୁଃଖର ବିଷୟ ଆଜିକୁ ୫ ବର୍ଷ ହେବ ବିଦ୍ୟୁତ ଆଲୁଅ ଦେଖିବା ସାତ ସପନ। ବିଦ୍ୟୁତ୍ ନିୟମିତ ଭାବରେ ଯୋଗେଇ ଦେବା ପାଇଁ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ୨ ଥର ଓ ଉପଖଣ୍ଡ ବିଦ୍ୟୁତ ବିଭାଗୀୟ ଅଧିକାରୀ ନର୍ଲା ଙ୍କୁ ୩ ଥର ଦରଖାସ୍ତ ଦେଇଥିବା ସ୍ଵତେ କୌଣଷି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରସାଶନ ପକ୍ଷରୁ କେବେ ସମସ୍ୟାର ସମାଧାନ କରିବେ
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ