ବାଲେଶ୍ଵର, ୨୫/୦୮ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ସୁବର୍ଣ୍ଣରେଖା ବନ୍ୟାରେ ଲୋକଙ୍କ ଦୁର୍ଦ୍ଦଶା ବଢିଥିବା ବେଳେ, ରିଲିଫ୍ ସାମଗ୍ରୀ କୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ଗଣ୍ଡଗୋଳ କୁ ନେଇ, ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ସହ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମତ ରଖିଛନ୍ତି ଦୁଇ ଗୋଷ୍ଠୀ। ସୂଚନାରୁ ପ୍ରକାଶ ବାଲିଆପାଳ ବ୍ଲକର ସାଂସଦଙ୍କ ପ୍ରତିନିଧି ରବିନ୍ଦ୍ର ନାଥ ଅଣ୍ଡିଆ ଓ ବାଲିଆପାଳ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ହେମନ୍ତ ଦାସ୍ ଙ୍କ ମଧ୍ୟରେ, ରିଲିଫ୍ ସାମଗ୍ରୀ ଟ୍ରକରୁ ଅନଲୋଡ୍ କୁ ନେଇ, ଯୁକ୍ତି ତର୍କ ଓ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ରବିନ୍ଦ୍ର ଅଣ୍ଡିଆଙ୍କ ପାରୁଳିଆ ସ୍ଥିତ ବାସଭବନରେ ଏକ ଟ୍ରକ୍ ରେ ଆସିଥିବା ରିଲିଫ୍ ସାମଗ୍ରୀ ନେଉଥିବାର ପ୍ରୟାସ ହେଉଥିବା ବେଳେ, ହେମନ୍ତ ଦାସ୍ ଓ ତାଙ୍କ ସମର୍ଥକ ବିରୋଧ କରିଥିଲେ। ତେବେ ଏହାକୁ ନେଇ ସେଠାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ, ପୋଲିସ୍ ର ହସ୍ତକ୍ଷେପ ପରେ ଘରଣା ଟି ନିୟନ୍ତ୍ରିତ ହୋଇଥିଲା। ତେବେ ଏହାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଏବେବି ଚାପା ଉତ୍ତେଜନା ରହିଥିବା ବେଳେ,ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତେବେ ଉଭୟ ଗୋଷ୍ଠୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜର ପକ୍ଷ ରଖିଥିବା ବେଳେ , ହେମନ୍ତ ଦାସ୍ ଅପର ଗୋଷ୍ଠୀ ରିଲିଫ୍ ସାମଗ୍ରୀ ହଡପ୍ କରିବାର ଅଭିଯୋଗ କରିଥିବା ବେଳେ,ସାଂସଦ ପ୍ରତିନିଧି ରବିନ୍ଦ୍ର ଅଣ୍ଡିଆ ଅପର ପକ୍ଷରୁ ରିଲିଫ୍ ସାମଗ୍ରୀ ଲୁଟ୍ କରିବାକୁ ହେମନ୍ତ ଦାସ୍ ଓ ତାଙ୍କ ସମର୍ଥକ ମାନେ ଚେଷ୍ଟା କରୁଥିବାର କହିଥିଲେ। ତେବେ ଏହାକୁ ନେଇ ବାଲିଆପାଳ ରେ ଉତ୍ତେଜନା ସ୍ଥିତି ଦେଖିବାକୁ ମିଳିଥିବା ବେଳେ, ପୋଲିସ୍ ତଦନ୍ତ ଜାରି ରଖିଛି।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
