Hot Posts

6/recent/ticker-posts

ବାଲିବୁରା ରେ ସଜଡ଼ା ଚାଲିଛି ସୁବର୍ଣ୍ଣରେଖା ନଦୀ ବନ୍ଧ । ଲୋକଙ୍କ ଘର ନଦୀ ଗର୍ଭକୁ ଲୀନ ହେବାକୁ ବସିଛି l ଦୁର୍ଦ୍ଦଶା ଭିତରେ ଲୋକେ l

ବାଲେଶ୍ଵର, ୨୫/୦୮ ( ପ୍ରଭାକର ମଲ୍ଲିକ ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବାସୀଙ୍କ ଦୁଃଖର କାରଣ ପାଲଟିଛି ସୁବର୍ଣ୍ଣରେଖା ନଦୀ l ବର୍ଷା ଦିନ ଆସିଲେ ସୁବର୍ଣ୍ଣରେଖା ନଦୀ ଚାଷୀମାନଙ୍କ କ୍ଷେତରେ ପାଣି ଦେଇ ଆଖିରେ ଲୁହ ଦେଇଥାଏ l ବନ୍ୟାରେ ନଦୀ ପାଖ ପଞ୍ଚାୟତ ଜାମକୁଣ୍ଡା, ବିଷ୍ଣୁପୁର, ବାଲିଆପାଳ, ଅସ୍ତି, ନିଖିରା, କୁମ୍ଭାରୀ, ଶ୍ରୀରାମପୁର ବିଶେଷ ଭାବରେ ପ୍ରଭାବିତ ହୋଇଥାନ୍ତି l ଚଳିତ ବର୍ଷ ଦୁଇଥର ବନ୍ୟା ଆସି ଥିଲେ ହେଁ ଗତ ବନ୍ୟାରେ ପାଞ୍ଚଟି ସ୍ଥାନରେ ନଦୀବନ୍ଧ ଭାଙ୍ଗିବା ପରେ,ପ୍ରବଳ ସୁଅ ଓ ଆଠ ଫୁଟ ଉଚ୍ଚରେ ଜଳ ପ୍ଲାବିତ ହୋଇ ବହୁ କ୍ଷୟ କ୍ଷତି ହୋଇଛି।ନଦୀ ପାଖରେ ଥିବା ପରିବାର ଲୋକେ ଭୟଭୀତ ହୋଇ ନିଜର ଆସବାପତ୍ର ଛାଡି ଉଚ୍ଚା ସ୍ଥାନରେ ଆଶ୍ର୍ରୟ ନେଇଥିଲେ l ଏବେ ଜଳ ସମ୍ପଦ ବିଭାଗ ଦ୍ଵାରା ଭଙ୍ଗା ନଦୀ ବନ୍ଧକୁ ବାଲି ବସ୍ତା ପକାଇ ଅସ୍ଥାୟୀ ମରାମତି କରୁଛନ୍ତି। ତେବେ ପୂର୍ବରୁ ନଦୀ ବନ୍ଧ ସୁଦୃଢ଼ ହୋଇ ନ ଥିବା ଯୋଗୁଁ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଆଗକୁ ପୁଣି ବନ୍ୟା ଆସିବାର ସମ୍ଭାବନା ଅଛି। ତେଣୁ ନଦୀ ବନ୍ଧ କୁ ସୁଦୃଢ଼ କରିବାକୁ ସଧାରଣ ରେ ଦାବି ହେଉଛି।ଏବେ ବନ୍ୟା ପାଣି ଛାଡିବା ପରେ ପନି ପରିବା ଚାଷ କରି ଗୁଜୁରାଣ ମେଣ୍ଟl ଇବା ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। କାକୁଡି,ଭେଣ୍ଡି, କାଖାରୁ, ଜହ୍ନି, ଲଙ୍କା, ଅମୃତ ଭଣ୍ଡା, ପୋଇ ଆଦି ଚାଷ ସମ୍ପୂର୍ଣ ନଷ୍ଟ ହୋଇଯାଇଚି l ଧାନ ଚାଷ ହୋଇଥିବା ଜମିରେ ପାଣି ଲହଡ଼ି ମାରୁଚି।ତେଣୁ ଧାନ ଗଛ ପଚି ନଷ୍ଟ ହୋଇଯାଇଛି ।ସମୟ ଅତିକ୍ରାନ୍ତ ହେଇଥିବାରୁ ଆଉ ଚାଷ ହେବାର ନାହିଁ। ଏବେ ନାଁ ଧାନ ନାଁ ପନିପରିବା ସବୁ ସୁବର୍ଣ୍ଣରେଖା ବନ୍ୟା ପାଣି ଧୋଇ ନେଇଛି l ପାଣି କାଦୁଅ ସର ସର ହୋଇଥିବାରୁ ରୋଷେଇ କରି ଖାଇବା ସମ୍ଭବ ନ ହେବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି।ନଦୀବନ୍ଧ ସଂସ୍କାର ଯୋଜନା କାର୍ଯ୍ୟକାରି କରିବା ସହିତ ନଦୀବନ୍ଧକୁ ସୁଦୃଢ଼ କରିବା ପାଇଁ ଡବଲ ଇଂଜିନ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ପରେଶ କର, ସଞ୍ଜୟ କର, ଲିଳିମା ସାସମଲ, ନିତ୍ୟାନନ୍ଦ କର, ପଞ୍ଚାନନ କର, ସପନ କର, ହରିଶ ପାତ୍ର, ରଞ୍ଜନ ମହାନ୍ତି, ନୟନ ପାଣିଗ୍ରାହୀ, ମୁରଲୀଧର ସାହୁ, ଉତ୍ତମ ଦାସ, ପ୍ରଭାକର ଜେନା, ମନ୍ମଥ ବେହେରା, ଅଜୟ ଜେନା, ହେମଲତା କର, ଗୟାରାମ ପାତ୍ର, ଧନଜୟ କର, ସଞ୍ଜୟ ପାଣିଗ୍ରାହୀ ପ୍ରମୁଖ ଦାବି କରିଛନ୍ତି l



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l