Hot Posts

6/recent/ticker-posts

ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ୮୦"ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I

ଲାଞ୍ଜିଗଡ଼, ୧୫/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ଼ ବ୍ଲକ ସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଶନିବାର ଦିନ ଦେଶର ୮୦"ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଯାଇଛି I ଏହି ଅବସରରେ ବେଦାନ୍ତ ଗ୍ରୁପ୍‌ର ସି.ଇ.ଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ସି.ଏଫ୍‌.ଓ ପୀୟୁଷ ଲୁନାୱତ୍ ଏବଂ ସି.ଓ.ଓ ବୀରେନ୍ଦ୍ର ସିଂହ ଉପସ୍ଥିତ ଥିଲେ I ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ସର୍ବେଶ୍ୱର ଭୁଜବଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା I ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶପଥ ପାଠ, ଗାର୍ଡ ଅଫ୍ ଅନର ଓ ମାର୍ଚ୍ଚପାଷ୍ଟ ପ୍ରଦର୍ଶିତ ହୋଇଥିଲା I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଭିନ୍ନ ମନୋରଞ୍ଜନ ସାଂସ୍କୃତିକ ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ନୃତ୍ୟ, ହିନ୍ଦୀ କବିତା ପାଠ,ପିରାମିଡ୍ ପ୍ରଦର୍ଶନ, ସମୂହ ସଙ୍ଗୀତ ଓ ଇଂରାଜୀ ଭାଷଣ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା I ଏହି ଅବସରରେ ପ୍ରଧାନଶିକ୍ଷକ ସର୍ବେଶ୍ୱର ଭୁଜବଳଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ,ଶିକ୍ଷା, ଶୃଙ୍ଖଳା ଓ ଦେଶ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ Iମାର୍ଚ୍ଚପାଷ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ହାଉସ୍‌ର ନାମ ଘୋଷଣା କରାଯାଇଥିଲା I ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା,ଏହି ଭବ୍ୟ ଆୟୋଜନ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଏକତା,ଶୃଙ୍ଖଳା ଓ ଦାୟିତ୍ୱବୋଧର ଭାବନାକୁ ଆହୁରି ଦୃଢ଼ କରିଥିଲେ I



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ