Hot Posts

6/recent/ticker-posts

ଜୁନାଗଡ଼ରେ ମାରୱାଡ଼ି ସମ୍ମିଳନ ପକ୍ଷରୁ ୮୦"ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି I

କଳାହାଣ୍ଡି, ୧୫/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ବ୍ଲକ ରେ ଜୁନାଗଡ଼ ମାରୱାଡ଼ି ସମ୍ମିଳନ ପକ୍ଷରୁ ଶନିବାର ୮୦"ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶାତ୍ମବୋଧର ସହ ପାଳିତ ହୋଇଯାଇଛି I ଏହି ଅବସରରେ ଉଗ୍ରେସନ ଭବନ ପରିସରରେ ମାରୱାଡ଼ି ସମ୍ମିଳନ ସଭାପତି ରାଜେଶ ଅଗ୍ରୱାଲ ପତାକା ଉତ୍ତୋଳନ କରିଥିଲେ I କାର୍ଯ୍ୟକ୍ରମରେ ଜୁନାଗଡ଼ର ପୂର୍ବତନ ନଗରପାଳ ମୁକେଶ ଅଗ୍ରୱାଲ, ଚମ୍ପକ ଅଗ୍ରୱାଲ, ମହିଳା ମୋର୍ଚ୍ଚା ସଭାପତି ଗାୟତ୍ରୀ ଅଗ୍ରୱାଲ, ସମ୍ପାଦିକା କୋମଲ ଅଗ୍ରୱାଲ, ଗିଗା ଅଗ୍ରୱାଲ,ବବଲୁ ଅଗ୍ରୱାଲ,ସୁନୀଲ ଅଗ୍ରୱାଲଙ୍କ ସମେତ ସମ୍ମିଳନର ସଦସ୍ୟମାନେ ଉପସ୍ଥିତ ଥିଲେ । ୮୦"ତମ ସ୍ୱାଧୀନତା ଦିବସ ଅବସରରେ ସମ୍ମିଳନ ପକ୍ଷରୁ ଜୁନାଗଡ଼ ଡାକ୍ତରଖାନାରେ ରୋଗୀମାନଙ୍କୁ ଓ ତାଙ୍କ ସମ୍ପର୍କୀୟଙ୍କୁ ଫଳ ବଣ୍ଟନ କରାଯାଇଥିଲା I ସମାଜସେବା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ଜାରି ରଖିବାକୁ ଏହି ଅବସରରେ ସଦସ୍ୟମାନେ ସଂକଳ୍ପ ନେଇଥିଲେ I




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ