Hot Posts

6/recent/ticker-posts

ଶ୍ରାବଣ ମାସର ଶେଷ ସୋମବାର ଦେବଗିରିରେ ପ୍ରବଳ ଭିଡ଼

କଳାହାଣ୍ଡି, ୨୪/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଲାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଶ୍ରୀ ଶ୍ରୀ ଭଗବତ ସ୍ୱାମୀ ଦେବଗିରି ମଠ ଠାରେ ଶ୍ରାବଣ ମାସର ଶେଷ ସୋମବାର ଦିନ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି I ଶହଶ୍ରାଧିକ ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁ ଦେବଗିରି ଗୁମ୍ଫା ମଧ୍ୟସ୍ଥ ଶିବଲିଙ୍ଗଙ୍କୁ ଶ୍ରଦ୍ଧା ସହକାରେ ଜଳାଭିଷେକ କରିଥିଲେ। ମହିଷାସୁରଙ୍କ ପଣନାତି ଗୋସିଂହ ଦୈତ୍ୟ ଦ୍ବାପର ଯୁଗରେ ଦେବଗିରିରେ ତପସ୍ୟା କରିବା ସହ ଶିବ ଉପାସନା କରୁଥିଲେ । ତେଣୁ ମହାରାଜ ଗୋସିଂହ ଦୈତ୍ୟଙ୍କ ତପସ୍ଥଳୀ ଦେଖିବା ସହ ମହାଦେବଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିଲା I ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ପୂଜକ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ବିଭିଷଣ ଦାସ, ସେବକ ଟିକେ ଗଉଡ, ପୁରାଣ ପାଠକ ପୂର୍ବା ଗଉଡ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ I ରାମାନୁଜ ରାଇସ୍ ମିଲ୍ ବୁଢ଼ୀପଦର ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା I ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ବିଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଦେବରାଜ ଗଉଡ ପ୍ରମୁଖ ସହଯୋଗ କରିଥିଲେ I



କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ