ରାସ୍ତାରେ ଗାଈ ମାଳ ମାଳ ଘଟୁଛି ଦୁର୍ଘଟଣା, ବାଇକ ଦୁର୍ଘଟଣାରେ ଦୁଇ ଗୁରୁତର
ନରସିଂହପୁର, ୦୭/୦୮ ( କାହୁଁ ଚରଣ ବାରିକ ) : କଟକ ନରସିଂହପୁର ମୁଖ୍ୟ ରାସ୍ତା ରେ ବଢୁଛି ବୁଲା ଗୋରୁ ଗାଇଙ୍କ ପାଦ୍ରୁଭାବ କେତେବେଳେ ବୁଲା ଗୋରୁ ଗାଈ ଙ୍କ ପାଇଁ ଦୁର୍ଘଟଣା ଘଟୁଥିବା ବେଳେ କେତେବେଳେ ଗାଡି ଦୁର୍ଘଟଣାରେ ଗୋରୁ ଗାଈ ଙ୍କ ମୃତ୍ୟୁ ଘଟୁଛି, ନରସିଂହପୁର କଟକ ମୁଖ୍ୟ ରାସ୍ତାର ଷ୍ଟେଟ ବ୍ୟାଙ୍କ ନିକଟରେ ଗୁରୁବାର ସଂଧ୍ୟା ରେ ରାସ୍ତାରେ ସୋଇଥିବା ଗୋରୁଗାଈ ଙ୍କ ପାଇଁ ବାଇକ ଦୁର୍ଘଟଣା ଘଟି ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ ନରସିଂହପୁର ବ୍ଲକ ଅନ୍ତର୍ଗତ ଦମକଟା ଗ୍ରାମର ସଞ୍ଜୟ ସ୍ୱାଇଁ ଏବଂ ଗୟା ସ୍ୱାଇଁ ଉଭୟ ଏକ ବାଇକ ରେ ନରସିଂହପୁର କ୍ଳବ ଛକ ରୁ ପଞ୍ଚମୁଖୀ ଛକ ଆଡକୁ ଯାଉଥିବା ସମୟରେ କଟକ ନରସିଂହପୁର ମୁଖ୍ୟ ରାସ୍ତା ର ଷ୍ଟେଟ ବ୍ୟାଙ୍କ ସାମ୍ନା ରାସ୍ତା ଉପରେ ସୋଇଥିବା ଗୋରୁ ଗାଈ ଙ୍କ ମଧ୍ୟରେ ଦୁର୍ଘଟଣା ଘଟି ଉଭୟ ସଞ୍ଜୟ ଓ ଗୟା ଗୁରୁତର ଆହତ ହୋଇଛନ୍ତି. ଉଭୟ ଙ୍କୁ 108 ଆମ୍ବୁଲାନ୍ସ ରେ ନରସିଂହପୁର ମେଡିକାଲ କୁ ଆଣି ଚିକିତ୍ସା କରାଯାଇଛି। ପ୍ରକାଶ ଯେ ଗତ 4 ଦିନ ପୂର୍ବରୁ ଅଜଣା ଗାଡି ଧକ୍କା ରେ ନରସିଂହପୁର ହାଟ ଛକ ନିକଟରେ ଏକ ନବଜାତ ବାଛୁରୀ ର ମୃତ୍ୟୁ ଘଟିଥିଲା। ବୁଲା ଗୋରୁ ଙ୍କ ପଦ୍ରୁଭାବ ବଢ଼ୁଥିବାରୁ ସଂଧ୍ୟା ରେ ନରସିଂହପୁର ବିଭିନ୍ନ ଛକ ରାସ୍ତାରେ ଯାତାୟାତ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡୁଛି। ପ୍ରଶାସନ ପକ୍ଷରୁ ନରସିଂହପୁର ରେ ନୂତନ ଗୋଶାଳା ନିର୍ମାଣ କରି ବୁଲା ଗୋରୁଗାଈ ଙ୍କୁ ଥଇଥାନ କରିବା ପାଇଁ ଦାବୀ ହେଉଛି।