Hot Posts

6/recent/ticker-posts

ଚୌଦ୍ୱାର-କଟକରେ ବିଜେଡିର ‘ନାରୀ ଅଧିକାର ଅଭିଯାନ’ ସମାବେଶ, ରାଜ୍ୟ ସରକାରଙ୍କୁ ଟାର୍ଗେଟ୍

କଟକ, ୦୧/୦୮ ( କାହୁଁ ଚରଣ ବାରିକ ) : କଟକ ମୋହନ ମଣ୍ଡପ ଠାରେ ଚୌଦ୍ୱାର-କଟକ ବିଜେଡିର ନାରୀ ଅଧିକାର ଅଭିଯାନ ସମାବେଶ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଚୌଦ୍ଵାର-କଟକ ବିଜୁ ଜନତା ଦଳ ପକ୍ଷରୁ ଶୁକ୍ରବାର ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଜରିଆରେ ଏକ ବିଶାଳ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସିଂଙ୍କ ପୌରହିତ୍ୟରେ ଚୌଦ୍ଵାର-କଟକ ମହିଳା ସଭାନେତ୍ରୀ ମିତାଲି ଭଞ୍ଜଙ୍କ ସଂଯୋଜନାରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ସମ୍ମାନୀତ ଅତିଥିଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ସିଏମସି ଡେପୁଟି-ମେୟର ଦମୟନ୍ତୀ ମାଝୀ,ଚୌଦ୍ୱାର ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,ଟାଙ୍ଗୀ ବ୍ଲକ ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ ଓ ଅନ୍ୟ ମହିଳା ନେତ୍ରୀ ମାନେ ଯୋଗ ଦେଇଥିଲେ।