Hot Posts

6/recent/ticker-posts

ଜିଲ୍ଲା ଠିକାଦାର ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ

ରାୟଗଡ଼ା, ୨୯/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ ଜିଲ୍ଲା ଠିକାଦାର ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଟେଣ୍ଡର ପ୍ରକ୍ରିୟା, ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସଂଘର ସାମୂହିକ ହିତକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକ ଶେଷରେ ସଂଘ ପକ୍ଷରୁ ପାଞ୍ଚ ଦଫା ସଂକଳ୍ପ ଗ୍ରହଣ କରାଯାଇଛି। ରାୟଗଡ଼ ସହରରେ ଆୟୋଜିତ ଜିଲ୍ଲା ଠିକାଦାର ମହାସଂଘର ସାଧାରଣ ବୈଠକରେ ଜିଲ୍ଲାର ବ11ଗୋଟି ବ୍ଲକ ଓ ଅଞ୍ଚଳର ଠିକାଦାରମାନେ ଯୋଗଦେଇଥିଲେ। ବୈଠକରେ ସଂଘର ସଂଗଠନକୁ ଆହୁରି ସୁଦୃଢ଼ କରିବା, ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ସୁରକ୍ଷା ଓ ଟେଣ୍ଡର ପ୍ରକ୍ରିୟାରେ ଏକତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ସର୍ବସମ୍ମତିକ୍ରମେ ପାଞ୍ଚ ଦଫା ସଂକଳ୍ପ ଗ୍ରହଣ କରାଯାଇଥିଲା। ସଂଘର ସାମୂହିକ ହିତରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ ସମ୍ମାନ ଜଣାଇବା, ଜିଲ୍ଲାରେ ବାହାରୁଥିବା ସମସ୍ତ ଟେଣ୍ଡରରେ ସେଡ୍ୟୁଲ ରେଟ୍‌ରେ ଭାଗ ନେବା, କେବଳ ଜିଲ୍ଲାର ଠିକାଦାରଙ୍କ ଲାଇସେନ୍ସ ବ୍ୟବହାର କରିବା, ପରସ୍ପର ମତଭେଦ ଦୂର କରି ସଂଘର ସାମୂହିକ ହିତରେ କାର୍ଯ୍ୟ କରିବା ଏବଂ "ସଂଘର ଏକତା ହିଁ ଆମ୍ଭର ବଳ" ନୀତିକୁ ଆଧାର କରି ସମସ୍ତେ ଏକଜୁଟ ରହିବାକୁ ସଂକଳ୍ପ ନିଆଯାଇଥିଲା।