Hot Posts

6/recent/ticker-posts

ଭଞ୍ଜନଗରରେ ସାପ ଆତଙ୍କରୁ ସୁରକ୍ଷା ଦେଉଛନ୍ତି ରଞ୍ଜନ

ଭଞ୍ଜନଗର, ୨୯/୦୭ ( ଜେ. କେ ପଟ୍ଟନାୟକ ) : ବର୍ଷା ଯୋଗୁଁ ଚାରିଆଡ଼େ ପାଣି ବୁଡ଼ି ରହିବା ଫଳରେ ସାପମାନେ ଏଣେତେଣେ ଘୁରି ବୁଲୁଛନ୍ତି। ଯାହା ଫଳରେ ଲୋକଙ୍କ ମନରେ ଭୟ ସୃଷ୍ଟି ହେବା ସହ ସର୍ପ ଦଂଶନ ର ଶିକାର ହେଉଛନ୍ତି। ଫଳରେ ଅକାଳରେ ଅନେକ ଲୋକଙ୍କ ଜୀବନ ଯାଉଛି। ୩ ଦିନ ପୁର୍ବେ ତାରସିଂ ଥାନା ଅନ୍ତର୍ଗତ ଗଜାପଦର ଗ୍ରାମର ସୁଦାମ ନାୟକଙ୍କୁ ସର୍ପ ଦଂଶନ କରିବାରୁ ସେ ମୃତ୍ୟୁବରଣ କରିଛନ୍ତି। କିଛିଦିନ ପୂର୍ବେ ବେଣାକୁନ୍ଦା ବିଦ୍ୟାଳୟ ପରିସରରେ ଏକ ବିଷଧର ସାପକୁ ଧରାଯାଇଛି। ମଙ୍ଗଳବାର ରାତିରେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର କାର୍ଯ୍ୟାଳୟରେ ଦୁଇଟି ବିଷଧର ସାପ ପଶି ଯାଇଥିଲା। ସ୍ନେକ ହେଲ୍ପଲାଇନ ସଦସ୍ୟ ରଞ୍ଜନ ବିଷୋୟୀ (ପପୁ) ଘଟଣା ସ୍ଥଳରେ ପହଞ୍ଚି ସାପ ଦୁଇଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ିଥିଲେ, ସେହିପରି ବୁଧବାର ଅପରାହ୍ନରେ ଭଞ୍ଜନଗର ଲାଣ୍ଡେଇ ସାହିରେ ରହୁଥିବା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଦୁର୍ଗା ପ୍ରସାଦ ସାହୁଙ୍କ ଘରେ ଏକ ବିରାଟ ନାଗ ସାପ ପଶି ଯାଇଥିଲା। ଏହାପରେ ସ୍ନେକ ହେଲ୍ପଲାଇନ ସଦସ୍ୟ ରଞ୍ଜନ ବିଷୋୟୀ ପହଞ୍ଚି ସେଠାରୁ ୧୦ଫୁଟ ଲମ୍ବ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ନେଇ ଛାଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ରଞ୍ଜନ ୨ଶହରୁ ଉର୍ଦ୍ଧ୍ବ ସାପ ଧରିଥିବା ଜଣାପଡିଛି। ବର୍ତ୍ତମାନ ସମୟରେ ବର୍ଷା ପାଇଁ ପ୍ରତିଦିନ ସାପ ଆତଙ୍କ ବଢ଼ୁଛି। ଯେକୌଣସି ସମୟରେ ଭଞ୍ଜନଗର ଅଞ୍ଚଳରେ ସାପକୁ ଦେଖିଲେ ଭୟଭୀତ ନହୋଇ ତୁରନ୍ତ ତାଙ୍କୁ ଏହି 9114776967 ନମ୍ବରରେ ଯୋଗାଯୋଗ କରିବା ପାଇଁ ରଞ୍ଜନ ଜଣାଇଛନ୍ତି।