Hot Posts

6/recent/ticker-posts

ଚିନ୍ମୟ ମିଶନରେ ପାଳିତ ହେଲା ଗୁରୁ ପୂର୍ଣ୍ଣିମା

କଳାହାଣ୍ଡି, ୨୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଚିନ୍ମୟ ମିଶନରେ ଭକ୍ତିମୟ ପରିବେଶ ମଧ୍ୟରେ ଗୁରୁ ପୂର୍ଣ୍ଣିମା ପାଳିତ ହୋଇଛି। ଏହି ଅବସରରେ ଗୁରୁ ଗୀତା ପାଠ, ଗୁରୁ ପାଦୁକା ପୂଜା, ଭଜନ ଓ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ଗୁରୁଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ଦେଖନ୍ତୁ ଏହି ରିପୋର୍ଟ। ଚିନ୍ମୟ ମିଶନ, ଭବାନୀପାଟଣାରେ ପବିତ୍ର ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ସକାଳ ୮ଟାରୁ ୯ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୁରୁ ଗୀତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ଗୁରୁ ବନ୍ଦନା କରିବା ସହ ଆଧ୍ୟାତ୍ମିକ ପରିବେଶରେ ସାମିଲ ହୋଇଥିଲେ। ସନ୍ଧ୍ୟା ୬ଟା ୩୦ ମିନିଟ୍‌ରୁ ୮ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଗୁରୁ ପାଦୁକା ପୂଜା, ଭଜନ ଓ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଭକ୍ତିପୂର୍ଣ୍ଣ ପରିବେଶରେ ଆୟୋଜିତ ହୋଇଥିଲା। ଶ୍ରଦ୍ଧାଳୁମାନେ ଗୁରୁଙ୍କ ପାଦୁକା ପୂଜା କରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି ଅବସରରେ ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଅମେୟାନନ୍ଦ ସରସ୍ୱତୀ ଗୁରୁଙ୍କ ମହିମା, ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଓ ଆଧ୍ୟାତ୍ମିକ ଜୀବନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭକ୍ତମାନେ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ। ଚିନ୍ମୟ ମିଶନର ଆଚାର୍ଯ୍ୟ ସ୍ୱାମୀ ଅମେୟାନନ୍ଦ ସରସ୍ୱତୀ ଗୁରୁଙ୍କ ମହିମା ଓ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ ଯୋଗଦେଇ ଗୁରୁଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଭକ୍ତିମୟ ପରିବେଶରେ ସାମିଲ ହୋଇଥିଲେ।



 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ।