Hot Posts

6/recent/ticker-posts

ଅଙ୍ଗନବାଡି କର୍ମୀ ଙ୍କ ମନମାନୀ ରେ ଚାଲିଛି କେନ୍ଦ୍ର- ତଦନ୍ତ ଦାବି l

ବାଲେଶ୍ୱର, ୩୧/୦୭ ( ପ୍ରଭାକର ମଲ୍ଲିକ ) : ଅଙ୍ଗନବାଡି କର୍ମୀ ଙ୍କ ମନମାନୀ ରେ ଚାଲିଛି କେନ୍ଦ୍ର । ସରକାରୀ ଗାଇଡଲାଇନ୍ କୁ ଉପେକ୍ଷା କରି ନିଜ ମନମର୍ଯୀ ରେ କାର୍ଯ୍ୟ କରୁଛନ୍ତି ଦିଦି। ସରକାରୀ ଯୋଜନା ରେ ଆସୁଥିବା ଶିଶୁ ଖାଦ୍ୟ ଠାରୁ ଆରମ୍ଭ କରି, କେନ୍ଦ୍ର ଖୋଲିବା ପର୍ଯ୍ୟନ୍ତ,ସବୁଥିରେ ଚଞ୍ଚକତା ଓ ଘୋଟିଲା ଓ ଅର୍ଥ ଆତ୍ମସାତ ର ଅଭିଯୋଗ। ତଦନ୍ତ ଦାବି ସହ କର୍ମୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ନିବେଦନ କଲେ ଗ୍ରାମବାସୀ। ତେବେ ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ହଳଦିପଦାସ୍ଥ ଲଛମନଖୁଣ୍ଟା-୨ନଂ ଅଙ୍ଗନବାଡି କେନ୍ଦ୍ରରେ। ଅଭିଯୋଗ ଅନୁଯାୟୀ ଅଙ୍ଗନବାଡି କର୍ମୀ ତପସ୍ବୀନି ମହାନ୍ତ, ସ୍ୱାମୀ :- ବିଜୟ ମହାନ୍ତ, ନିଜ ମନମର୍ଯୀ ରେ କେନ୍ଦ୍ର ଖୋଲୁଥିବା ବେଳେ,ଅଧାରୁ ଅଧିକ ଦିନ କେନ୍ଦ୍ର ବନ୍ଦ୍ ରହୁଛି।ଫଳରେ ପିଲାମାନେ ଶିକ୍ଷାରୁ ବଞ୍ଚିତ ହେଉଥିବା ବେଳେ, ସରକାରଙ୍କ ଦ୍ଵାରା ଦିଆଯାଉଥିବା ସୁଶମ ଖାଦ୍ୟରୁ ବଞ୍ଚୀତ ହେଉଛନ୍ତି। ସେପଟେ ଅଙ୍ଗନବାଡି କର୍ମୀ ପ୍ରତିଦିନ କେନ୍ଦ୍ର ଖୋଲୁଥିବାର ମିଥ୍ୟା କାଗଜପତ୍ର ଦର୍ଶାଇ, ପିଲାଙ୍କ ପାଇଁ ଆସୁଥିବା ବିଭିନ୍ନ ଖାଦ୍ୟ,ଅଣ୍ଡା ତଥା ଅନ୍ୟାନ୍ୟ ସାମଗ୍ରୀ ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ର ଦୈନିକ ଖୋଲାଯିବା ସହ ଦୈନିକ ଖାଦ୍ୟ କଣ ରହିବ ତାର ଏକ ମେନୁର ବୋର୍ଡ କେନ୍ଦ୍ର ରେ ଲଗାଯିବାର ନିୟମ ରହିଛି ଏବଂ ସେହି ମେନୁ ଅନୁସାରେ ଦୈନିକ ଖାଦ୍ୟ ପିଲାଙ୍କୁ ଦେବାର ନିୟମ ରହିଛି। ତେବେ କର୍ମୀ ଅର୍ଧାଧିକ ଦିନ ସେଣ୍ଟର ଖୋଲୁ ନଥିବା ବେଳେ, ପିଲାଙ୍କ ଖାଦ୍ୟର ଅର୍ଥ ଆତ୍ମସାତ କରିବା ସହ, ଯେଉଁ ଦିନ ଖୋଲୁଛନ୍ତି ସେଦିନ ମଧ୍ୟ ସରକାରୀ ମେନୁ ଅନୁସାରେ ଖାଦ୍ୟ ନଦେଇ,କେଉଁଦିନ ବିଷ୍କୁଟ୍ ତ କେଉଁଦିନ ଶୁଖିଲା ମୁଢି ଦେଇ ଚଳାଇ ଦେଉଛନ୍ତି। ତେବେ ଅଭିଭାବକ ତଥା ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅଙ୍ଗନବାଡି କର୍ମୀ କର୍ନପାତ ନକରି ବରଂ ଅଭିଭାବକଙ୍କୁ ଧମକ୍ ଦେବାର ଅଭିଯୋଗ ହୋଇଛି। ତେବେ କର୍ମୀ ଙ୍କ ଦ୍ଵାରା ହେଉଥିବା ବିଭିନ୍ନ ଅନିୟମିତତା, ନିମ୍ନ ମାନର ଖାଦ୍ୟ, କେନ୍ଦ୍ର ନଖୋଲିବା ଇତ୍ୟାଦି ର ତଦନ୍ତ ବିଭାଗୀୟ ଅଧିକାରୀ ଙ୍କ ଦ୍ଵାରା କରାଯିବା ସହ, ବେଆଇନ୍ କାର୍ଯ କରୁଥିବା କର୍ମୀଙ୍କୁ ତୁରନ୍ତ ଚାକିରିରୁ ବହିଷ୍କାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି l


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l