ଅବସରକାଳନ ବିଦାୟ ସମ୍ବର୍ଦ୍ଧନା ସଭା
ଭବାନୀପାଟଣା, ୦୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସହର ଅନ୍ତର୍ଗତ ସୁନାମ ଧନ୍ୟ ସରକାରୀ ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋରେଖ ଚନ୍ଦ୍ର ସାହୁଙ୍କ ଅବସରକାଳନ ବିଦାୟ ସମ୍ବର୍ଦ୍ଧନା ସଭା ସେହି ବିଦ୍ୟାଳୟରେ ଆଡମ୍ବର ସହକାରେ ପାଳନ କରା ଯାଇଛି l ଏହି ସମ୍ବର୍ଦ୍ଧନା ସଭାରେ ତପିମଣି ଯାନୀ ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ ମୁଖ୍ୟ ଅତିଥି , ଭବାନୀ ପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନକୃଷ୍ଣ ଯୋଷୀ, ବ୍ରଜ ମୋହନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ସବିତା ପଟ୍ଟନାୟକ, ଶ୍ୟାମସୁନ୍ଦର ଶର୍ମା, କ୍ରୀଡା ଶିକ୍ଷା ନିରୀକ୍ଷକ ରୂପ ସିଂ ରାଉତ, ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ସରିତା ରାଣୀ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନ, ରବି କାନୁନଗୋ, ସୁକାନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ l