କୋକସରା ସିଡିପିଓ ସରୋଜା କୁମାର ସେଠି ଙ୍କ ନାଁ ରେ ପୋଷାକ ବଣ୍ଟନ ଙ୍କୁ ନେଇ ଗୁରୁତ୍ୱ ପୂର୍ଣ୍ଣ ଅଭିଯୋଗ
କୋକସରା, ୩୦/୦୭ ( ରିତେଶ କୁମାର ମୁଣ୍ଡ ) : ରାଜ୍ୟ ଓ କେନ୍ଦ୍ରସରକାରଙ୍କ ତରଫରୁ କୋମଳ ମତି ଶିଶୁ କୁ ନେଇ ସମସ୍ତ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପ୍ରାକ୍ ଶିକ୍ଷା ଗ୍ରହଣ କରୁଥିବା କୋମଳ ମତି ଶିଶୁ ମାନଙ୍କ ପୋଷାକ କୁ ନେଇ ଗୁରୁତ୍ୱ ପୁର୍ଣ ଅଭିଯୋଗ ଆସିଛି. ଏମିତି ଏକ ଗୁରୁତ୍ୱ ପୁର୍ଣ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟରେ ତେବେ ଏ ନେଇ ନିରୀହ କୋମଳମତୀ ଶିଶୁ ମାନଙ୍କ ବଦଳରେ ପ୍ରକୃତରେ କିଏ ଲାଭବାନ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ ଟେଣ୍ଡର ମାଧ୍ୟମରେ ଯେଉଁ ସଂସ୍ଥା ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ନିଜସ୍ଵ ଟେଲରିଂ ବ୍ୟବସ୍ଥା ଥିଲେ ହିଁ ପୋଷାକ ଯୋଗାଇବା ପାଇଁ ଚୁକ୍ତି ହେବା କଥା ନଚେତ ଅଙ୍ଗନୱାଡ଼ି କର୍ମି ମାନେ ନିଜ ନିଜ କେନ୍ଦ୍ରରେ ବଣ୍ଟନ କରି ପାରିବା କଥା. ହେଲେ କୋମଲ ମତି ଶିଶୁ ମାନଙ୍କ ପୋଷାକ ଯାହା ପୁଅ ମାନଙ୍କ ପାଇଁ ପୂର୍ବରୁ ଦୁଇ ଜୋଡ଼ି ଡ୍ରେସ ପାଇଁ ୨୦୦ ବର୍ତ୍ତମାନ ୩୫୦ ଟଙ୍କା ଓ ଝିଅ ମାନଙ୍କ ପାଇଁ ୩୦୦ ଟଙ୍କା ବର୍ତ୍ତମାନ ୪୫୦ ଟଙ୍କା। ଏହି ଅର୍ଥ ଲାଭ କରି ନିଜ ପକେଟରେ ଭରିବା ପାଇଁ କୋକସରା ସିଡିପିଓ ସରୋଜା କୁମାର ସେଠି ପଇସା ହରିଲୁଟ କରିବା ପାଇଁ ଯୋଜନା ଚଲାଇଛନ୍ତି. ସରକାରୀ ଯୋଜନାକୁ ବାଟମାରଣା କରୁଥିବା ବେଳେ ନକଲି ଜିଏସଟି ବିଲ ଦେଇ ସରକାରଙ୍କ ରାଜକୋଷକୁ ଲୁଟୁଥିବା ଭଳି ସଂଗୀନ ଅଭିଯୋଗ ଆସୁଛି । ବର୍ତ୍ତମାନ ଦୁଇ ତିନି ଦିନ ଭିତରେ ଅବସର ନେବା କୁ ଥିବା ସମୟରେ ସେ ଗୋଷ୍ଠି ଉନ୍ନୟନ ଅଧିକାରୀ ଙ୍କୁ ଦାୟିତ୍ଵନଦେଇ କଲମପୁର ର CDPO ଙ୍କୁ କାହା ସ୍ବାର୍ଥ ରେ ଦାୟିତ୍ଵ ଦେବା ପାଇଁ ନିଷ୍ପତି ନେଉଛନ୍ତି। ଏହା ଭିତରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଅଭିଯୋଗ ହେବା ସହ ସମସ୍ତ କାର୍ଯ୍ୟର ଭିଜିଲାନ୍ସ ବିଭାଗ ତଦନ୍ତ କଲେ ଏକ ବଡ଼ ଧରଣର କେଳେଙ୍କାରୀର ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି l