Hot Posts

6/recent/ticker-posts

ଦୁର୍ନୀତି ର ଗନ୍ତାଘର ସମନ୍ୱିତ ଆଦିବାସୀ ଉନୟନ ସଂସ୍ଥା ଫୁଲବାଣୀ

କନ୍ଧମାଳ, ୩୧/୦୭ ( ବାଳକୃଷ୍ଣ କହଁର ) : ଫୁଲବାଣୀ ଆଇ.ଟି.ଡିଏ ରେ କିଭଳି ଚାଲିଛି ଦୁର୍ନୀତି ତାର ଏକ ନମୁନା ହେଉଛି ଫୁଲବାଣୀ ସଦର ମହକୁମା ପ୍ରେସ କ୍ଲବର ସାଂସଦ ପାଣ୍ଠି ରୁ ନିର୍ମାଣ ଚାଲିଥିବା ଅତିରିକ୍ତ କୋଠା। ପୂର୍ବ ସାଂସଦଙ୍କ ସମୟରେ ମିଳିଥିବା ୫ ଲକ୍ଷ ଅନୁଦାନକୁ କୌଣସି ଏଷ୍ଟିମେଟ ନ କରି ଯୋଜନା ବିହୀନ ଭାବେ ଖର୍ଚ୍ଚ କରି କାମକୁ ସମ୍ପୂର୍ଣ୍ଣ ନ କରିବା ଓ ବିଲକୁ ମଧ୍ୟ ସମ୍ପୂର୍ଣ୍ଣ ନ କରି ଅଧା ପନ୍ତରୀୟା ପକାଇ ରଖିବା ଓ ଏହା ଅତି ନିମ୍ନ ମାନର କାମ ହୋଇଥିବା ନେଇ ସଦସ୍ୟ ମାନଙ୍କ ଅଭିଯୋଗ ମଧ୍ୟ ହୋଇଥିଲା। ଫଳରେ ଏହି କାମକୁ ଅଧାରୁ ଛାଡି ଠିକାଦାର ମଧ୍ୟ ପଳାଇଥିଲେ । ପିଲର ରେ ରଡ଼ ନଥିବା, ଓ ବେତାଲିୟା ଭାବେ କୌଣସି ପ୍ଲାନିଂ ନଥାଇ ଯୋଜନା ବିହୀନ ଭାବେ କିଛି ପିଲର ଠିଆ କରିଦେବା, ଏହି ସବୁ ଭୁଲକୁ ଅଭିଯୋଗ ପରେ ସଂଶୋଧନ କରିବା ନେଇ କାର୍ଯ୍ୟାଳୟ ପକ୍ଷରୁ ଯନ୍ତ୍ରୀ ଓ ଅଧିକାରୀ ମତ ଦେଇଥିଲେ ମଧ୍ୟ ଏହାର ସଂଶୋଧନ ନ କରାଇ ପୁଣି ବର୍ତ୍ତମାନ ସାଂସଦ ପାଣ୍ଠିରୁ ୫ ଲକ୍ଷ ଆଣି ଯୋଜନା ବିହୀନ ଭାବେ ବିନା ଏଷ୍ଟିମେଟ ରେ କାମ ଚଳାଇଥିବା ଆଇ. ଟି.ଡିଏ ର ସ୍ୱଚ୍ଛତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଦୁର୍ନୀତି କିମ୍ବା ଚାପର ବସବର୍ତ୍ତି ହୋଇ ଏହିଭଳି ବେଆଇନ କାମକୁ ନିନ୍ଦା କରିଛନ୍ତି ପ୍ରେସ କ୍ଲବର କିଛି ବହୁ ବରିଷ୍ଠ ସଦସ୍ୟ ତଥା ଅଞ୍ଚଳ ର ବୁଦ୍ଧିଜୀବୀ ମାନେ । ବାଲିଗୁଡା ରେ ଆୟ ବହିର୍ବୁତ୍ତ ସମ୍ପତି ନେଇ ଆଇ. ଟି. ଡିଏ ଯନ୍ତ୍ରୀଙ୍କ ଉପରେ ଏତେ ବଡ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଜିଲ୍ଲାରେ ଏହି ବିଭାଗର କୌଣସି ସୁଧାର ଆସିନଥିବା ସାଧାରଣରେ ଆଲୋଚନା ହେଉଛି। ଯଦି ଖୋଦ ସଦର ମହକୁମା ରେ ଏହିଭଳି ଅନିୟମିତତା ଓ ଦୁର୍ନୀତି ତେବେ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଗୁଡିକ ରେ ଦୁର୍ନୀତି ର ସୀମା କେଉଁଭଳି ଥିବ ଅନୁମାନ କରାଯାଇପାରେ। ଆଇ. ଟି. ଡିଏ ବ୍ୟତୀତ ପୌରପରିଷଦ, ପୂର୍ତ୍ତ ବିଭାଗ, ବ୍ଲକ ଭଳି ଏଜେନ୍ସି ମଧ୍ୟ ଏହି ଅତିରିକ୍ତ କୋଠାରେ କାମ କରିଛନ୍ତି। ଏହି କୋଠାକୁ ଢାଲ କରି ଏକ ଦୁର୍ନୀତି ରାକେଟ ଚାଲିଥିବା ବେଳେ ସରକାର, ପ୍ରଶାସନ, ଓ ଦୁର୍ନୀତି ନିବାରଣ ବିଭାଗ ଏହାର ତଦନ୍ତ କଲେ ବହୁତ ବଡ଼ ଘୋଟାଲାର ପର୍ଦାଫାସ ହୋଇପାରିବ। ସାଂସଦ ଓ ବିଧାୟକଙ୍କ ପାଣ୍ଠି ବିନା ଏଷ୍ଟିମେଟ ଆପୃଭାଲରେ ହୋଇପାରିବ ନାହିଁ ବୋଲି ସରକାରୀ ନିୟମ ଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ କାହିଁକି ? ବିନା ଏଷ୍ଟିମେଟ ଓ ଆପୃଭାଲରେ କାମ ହେଉଛି ଏହା ଏନେଇ ଚାଲିଥିବା ଦୁର୍ନୀତି ଅଭିଯୋଗ କୁ ଦୃଢ଼ୀବୁତ କରୁଛି ।




କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ