Hot Posts

6/recent/ticker-posts

ନୀଳମଣି କଲେଜରେ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ ଅଭିଯାନ କାର୍ଯ୍ୟକ୍ରମ

ବାଲେଶ୍ୱର, ୦୪/୦୮ ( ପ୍ରଭାକର ମଲ୍ଲିକ ) : ସଦର ବ୍ଲକ ଅନ୍ତର୍ଗତ ରୂପସାସ୍ଥିତ ନୀଳମଣି ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ୟୁନିଟ ଓ ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳ ୟ ସମ୍ମିଳନୀ କକ୍ଷରେ ବିକଶିତ ଭାରତ ପାଇଁ ନିଶା ମୁକ୍ତ ଯୁବ ସମାଜ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ:ତପନ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ।ସେ ନିଶା ସେବନର ବିଭିନ୍ନ କୁ ପରିଣାମ ଓ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ବିଷୟରେ ଆଲୋ ଚନା କରିବା ସହ ସମସ୍ତଙ୍କୁ ନିଶା ଠାରୁ ଦୂରେଇ ରହିବାକୁ ପରା ମର୍ଶ ପ୍ରଦାନ କରିଥିଲେ। ନୀଳମଣି ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଡ: ଅନ୍ନପୂର୍ଣ୍ଣା ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ସରୋଜ କୁମାର ପାଣି, ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ, ଡ:ତପନ କୁମାର ଦାସ ଓ ଅଧ୍ୟାପିକା ମମତା ପାତ୍ର ପ୍ରମୁଖ ଯୋଗଦେଇ ନିଶା ସେବନ କିଭଳି ଜୀବନ କାରଣ ହୋଇଥାଏ ଏବଂ ପରିବାର ମଧ୍ୟରେ ଅଶାନ୍ତି ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆଲୋକପାତ କରିବା ସହ ନିଶା ଠାରୁ ସମସ୍ତଙ୍କୁ ଦୂରେଇ ରହିବାକୁ ପରାମର୍ଶ ପ୍ରଦାନ କରିଥିଲେ ।
ସ୍ୱେଚ୍ଛାସେବୀ ରିଙ୍କି ମାଇତି, ଶ୍ରଦ୍ଧା ସୁମରିକା ବାରିକ, ଅର୍ଚ୍ଚନା ପରିଡ଼ା, ଜୁଲି ମହାକୁଡ ଓ ମଧୁସ୍ମିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୋହମ ସାହୁ, ଯଜ୍ଞେଶ୍ଵର ଗିରି, ଲକ୍ଷ୍ମୀ ହାସଦା, ରାଣୀ ମୁର୍ମୁ, ତନୁଶ୍ରୀ ସାହୁ, ପ୍ରିୟବ୍ରତ ମୁର୍ମୁ, କାନ୍ଦନ ହେମ୍ବ୍ରମ, ଶ୍ରୁତି ସାଗରିକା ବାରିକ ଓ ସ୍ମାଇଲି ମାହାନା ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନିଶା ବର୍ଜନ ଶପଥ ପାଠ କରାଯାଇଥିଲା। ଏହି ଅବସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଆନୁକୁଲ୍ୟରେ ଆୟୋଜିତ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ ଗଠନରେ ନିଶା ମୁକ୍ତ ଯୁବ ସମାଜର ଭୂମିକା ଆଭାସୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।ସ୍ୱେଚ୍ଛାସେବୀମାନେ ଏକ ସଚେତନତା ଶୋଭା ଯାତ୍ରାରେ ଯାଇ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ଶେଷରେ ସ୍ୱେଚ୍ଛାସେବୀ ରଞ୍ଜିତ ତପସ୍ୱୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l