Hot Posts

6/recent/ticker-posts

ନରସିଂହପୁରରେ ଚର୍ଚ୍ଚାରେ ପ୍ରଜାପତି, ଡେଣାରେ ଶ୍ରୀଜଗନ୍ନାଥଙ୍କ ସଦୃଶ ଆକୃତି ଦେଖିବା ଦାବି

ନରସିଂହପୁର, ୦୪/୦୮ ( କାହୁଁ ଚରଣ ବାରିକ ) : କଟକ ଜିଲ୍ଲାର ନରସିଂହପୁର ବ୍ଲକ୍ ଅନ୍ତର୍ଗତ ଲେହେଙ୍ଗ ଗ୍ରାମରେ ଏକ ଅଭାବନୀୟ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଗ୍ରାମର ହିମାଂଶୁ ଶେଖର ସାହୁଙ୍କ ବାରିପଟୁ ଉଡ଼ି ଆସିଥିବା ଏକ ପ୍ରଜାପତି ତାଙ୍କ ଠାକୁର ଘରେ ବସିଥିବା ଦେଖାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରଜାପତିର ଡେଣାରେ ଥିବା ଆକୃତି ଓ ଚିହ୍ନ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରୂପ ସଦୃଶ ଦେଖାଯାଉଛି। ଏହାକୁ ନେଇ କିଛି ଶ୍ରଦ୍ଧାଳୁ ଏହାକୁ ପ୍ରଭୁଙ୍କ ଦିବ୍ୟ ଲୀଳା ବୋଲି ବିଶ୍ୱାସ କରୁଥିବାବେଳେ, ଅନ୍ୟ କିଛି ଲୋକ ଏହାକୁ ଏକ ବିରଳ ପ୍ରାକୃତିକ ଘଟଣା ବୋଲି ମତ ପ୍ରକାଶ କରୁଛନ୍ତି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହୋଇଛି। ପ୍ରଜାପତିଟିକୁ ଦେଖିବା ପାଇଁ ଅନେକ ଲୋକ ସେହି ସ୍ଥାନକୁ ଭିଡ଼ ଜମାଉଥିବା ଜଣାପଡ଼ିଛି।